ଚଳିତ ବର୍ଷର ମର୍ଯ୍ୟାଦା ପୂର୍ଣ୍ଣ, “ନୟାଗଡ଼ ଗୌରବ” ସମ୍ମାନ ପାଇବା ପାଇଁ ଯଶସ୍ଵୀ ସାରସ୍ୱତ ସାଧନ ତଥା ସ୍ଵନାମଧନ୍ୟ ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିଭଳି ନୟାଗଡ଼ର ପ୍ରାକ୍ତନ ଡ଼ି.ଏଫ.ଓ ଶ୍ରୀଯୁକ୍ତ ଏଚ. ଡ଼ି.ଧନରାଜଙ୍କୁ “ନୟାଗଡ଼ ବନ୍ଧୁ” ସମ୍ମାନ, କବି ତିଳକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କୁ” ଦାସିଆ ଅଜା ସାହିତ୍ୟ ସମ୍ମାନ”, ବିଜ୍ଞାନସ୍ରଷ୍ଟା ଡ଼.ଗିରିଜା ଶଙ୍କର ମହାପାତ୍ର ଙ୍କୁ “ପଠାଣି ସାମନ୍ତ ପ୍ରତିଭା ସମ୍ମାନ”, ସୁ-ସାହିତ୍ୟିକା ତଥା କବି ଡ଼. ସୁକାନ୍ତ ମହାନ୍ତି ଙ୍କୁ “ପଠାଣି ସାମନ୍ତ ସାହିତ୍ୟ ସମ୍ମାନ”, ସ୍ଵନାମଧନ୍ୟ ଲବ୍ଧପ୍ରତିଷ୍ଠିତ ଆଇନଜୀବୀ ଶ୍ରୀଯୁକ୍ତ ବୃନ୍ଦାବନ ପଣ୍ଡାଙ୍କୁ “,ପଠାଣି ସାମନ୍ତ ଆଇନ୍ ସେବା ରତନ ସମ୍ମାନ”, ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ରଙ୍କୁ “ପଠାଣି ସାମନ୍ତ ସଂଗୀତ ପ୍ରତିଭା ସମ୍ମାନ”, ସମାଜସେବୀ ସୁଶ୍ରୀ ଉଷା ପଟ୍ଟନାୟକଙ୍କୁ” ପଠାଣି ସାମନ୍ତ ସେବା ସମ୍ମାନ”, କ୍ରିକେଟିୟର ତଥା କ୍ରିକେଟ ମ୍ୟାନେଜର ସଂଗ୍ରାମ କେଶରୀ ଗୁମାନସଂଙ୍କୁ “ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ”, ପୂଜ୍ୟ ଗୁରୁଜୀ ଶ୍ରୀଯୁକ୍ତ ନୀଳମାଧବ ନନ୍ଦଙ୍କୁ “ପଠାଣି ସାମନ୍ତ ଆଦର୍ଶ ଶିକ୍ଷକ ସମ୍ମାନ”,ରେ ସମ୍ବର୍ଦ୍ଧିତ କରାଯିବା ।
ବିଶ୍ଵ ବିଶ୍ରୁତ ଜ୍ୟୋର୍ତି ବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୦ ତମ ଜନ୍ମ ସ୍ମାରକୀ ପାଳନ ଅବସରରେ ପୁରୁଣା ସହର ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ଯଦୁମଣି ମଣ୍ଡପଠାରେ ଚଳିତ ଡ଼ିସେମ୍ବର ମାସ ୧୩ ତାରିଖ (ଶୁକ୍ରବାର) ସନ୍ଧ୍ୟା ୬ଟା ସମୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସଙ୍ଗେ ସଙ୍ଗେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଭଜନ ଗାୟକ ରବିନ୍ଦ୍ର କୁମାର ମହାପାତ୍ର, ଶୈଳଭାମା ମହାପାତ୍ର ଏବଂ ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କ ସମେତ ସ୍ଥାନୀୟ କଳାକାରମାନଙ୍କୁ ନେଇ ଏକ ଭଜନ ସମାରୋହର ଆୟୋଜନ କରାଯାଉଅଛି ବୋଲି ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।