ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଅରୁଣଙ୍କ ଗୁରୁମନ୍ତ୍ର

ନୟାଗଡ଼,୫ା୧୦ : ନୟାଗଡ଼ ବିଜୁ ଜନତା ଦଳ କାର‌୍ୟ୍ୟାଳୟରେ ପଦଯାତ୍ରା ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପୂର୍ବରୁ ବିଜୁ ଜନତା ଦଳ ଯେଉଁଭଳି ଢଙ୍ଗରେ ସମସ୍ତ କାର‌୍ୟ୍ୟ କରୁଥିଲା ସେହି ସମାନ ଢଙ୍ଗରେ ସମସ୍ତ କାର‌୍ୟ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ସରକାରଙ୍କ ବିଫଳତାକୁ ନେଇ ପ୍ରତ୍ୟେକ ସ୍ତରରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।

ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଆସିଥିବା ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ କର୍ମୀ ଓ ନେତା ମାନଙ୍କୁ ପରାମର୍ଶ ଦେଇଥିଲେ । ଆସନ୍ତା ୯ ତାରିଖରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସଦସ୍ୟତା ଗ୍ରହଣ ଶୁଭାରମ୍ଭ କରିବେ । ଏହି ଅବସରରେ ସମସ୍ତ ନେତା ଓ କର୍ମୀମାନେ ଜୁମ ମାଧ୍ୟମରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର‌୍ୟ୍ୟନ୍ତ ବିଜେଡି ସଦସ୍ୟତାକୁ ଗୁରୁତର ଦେବାକୁ ପରାମର୍ଶ ଦେଇଥିଲେ । ଦଶହରା ପର୍ବ ରହୁଥିବାରୁ ଆସନ୍ତା ୨୩ ତାରିଖରେ ଓଡ଼ଗାଁରେ ପଦଯାତ୍ରା ହେବା ସହ ୨୫ ତାରିଖରେ ନୟାଗଡ଼ରେ ପଦଯାତ୍ରା କରିବା ପାଇଁ ଆହ୍ୱାନ ଦେଇଥିଲେ । ଆଜିର ଏହି କାର‌୍ୟ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସରୋଜ ରଣସିଂ, ସୁବାଷ କଅଁର, କ୍ଷୀରୋଦ ମହାପାତ୍ର ଓ ଆଶିଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ଯୁବ ବିଜେଡି ସଭାପତି ଦୁର‌୍ୟ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥି ସହିତ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ବରିଷ୍ଠ ନେତୃମଣ୍ଡଳୀ ମାନେ ଯୋଗ ଦେଇଥିଲେ ।

You might also like