ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟ ରେ ଛାତ୍ରୀ ଙ୍କ ଧାରଣା

ନୟାଗଡ଼ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟ ରେ ଅନେକ ଅବ୍ୟବସ୍ଥା କୁ ନେଇ ଛାତ୍ରୀ ମାନେ ଧାରଣା ଦେଇ ଛନ୍ତି,ମହାବିଦ୍ୟାଳୟ ରେ ଅଧ୍ୟାପକ ଅଭାବ,ପାନୀୟ ଜଳ ସୁବିଧା ନଥିବା, କମନ ରୁମ ବ୍ୟବସ୍ତା ନଥିବା,ଭଙ୍ଗା କବାଟ, ଝରକା କୁ ମରାମତି କରାଯାଉନଥିବା ଅନେକ ଅଭିଯୋଗ ଛାତ୍ରୀ ମାନେ କରିଛନ୍ତି, ଅଧ୍ୟାପକ ନଥିବା କାରଣ ରୁ ପାଠ ପଢା ହୋଇ ପାରୁନଥିବା ବେଳେ ଇଣ୍ଟରନାଲ ପରୀକ୍ଷା ଦେଇ ପାରୁ ନାହୁଁ, 4ଥର ଅଧକ୍ଷା ଙ୍କୁ ଏବଂ ପରିଚାଳନା ସଭାପତି ଙ୍କୁ ଆମେ ଦରଖାସ୍ତ କରି ଥିଲୁ, ମାତ୍ର କୌଣସିପଦକ୍ଷେପ ଗ୍ରହଣ କରା ଯାଇ ନଥିବାରୁ ଆନ୍ଦୋଳନ କୁ ଓଲ୍ହାଇ ଥିବା କଥା ଛାତ୍ରୀ ମାନେ କହି ଛନ୍ତି,ଶହ ଶହ ସଂଖ୍ୟା ରେ ଛାତ୍ରୀ ମହାବିଦ୍ୟାଳୟ ଫାଟକ ଗେଟ ବନ୍ଦ କରି ଧାରଣା ଦେଇ ଛନ୍ତି, ଏ ନେଇ ମହାବିଦ୍ୟାଳୟ ଅଧକ୍ଷା ଖୁବ ଶୀଘ୍ର ଅଧ୍ୟାପକ ପଦବୀ ପୂରଣ କରିବା ପାଇଁ ପଦକ୍ଷେପ ନିଆ ଯିବବୋଲି ଗଣ ମାଧ୍ୟମ କୁ କହିଛନ୍ତି

You might also like