Skip to content

ପରମ୍ପରା ର ବିଷୁବ ମିଳନଓଡ଼ିଆ ନବ ବର୍ଷ ର ମାଦକତା ଇଂରାଜୀ ନବ ବର୍ଷ ରେ ନାହିଁ

ନୟାଗଡ ୨୦/୦୪/୨୦୨୫ ନୟାଗଡ ର ସାହିତ୍ୟ ଓ ସଂସ୍କୃତି ପରିଷଦ ପରମ୍ପରା ଏହାର ବିଷୁବ ମିଳନ କାର୍ଯ୍ୟକ୍ରମ,ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ବରିଷ୍ଠ ପ୍ରବଚକ ଓ ସୁବକ୍ତା ବିରଂଚି ନାରାୟଣ ତ୍ରୀପାଠୀ,ନୟାଗଡ ର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼. ଜ୍ୟୋତିରଂଜନ ସାମନ୍ତରାୟ ,ପରମ୍ପରା ର ଉପସଭାପତି ଗୋଦାବରୀ ବାସନ୍ତିଆ ଏବଂ ସମ୍ବର୍ଦ୍ଧନା ପରିବାର ର ସଭାପତି ନିରାକାର ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଓଡ଼ିଆ ନବବର୍ଷ ରେ ଯେଉଁ ମାଦକତା ଓ ନିଆରା ପଣ ରହିଛି ଇଂରାଜୀ ନବବର୍ଷ ରେ ତାହା ଦେଖାଯାଏ ନାହିଁ । ଓଡ଼ିଶା ର ପରିଚୟ ହେଉଛି ତାର ଏହି ବିଷୁବ ମିଳନ; ନୂଆବର୍ଷ । ଏହା ମଧ୍ୟରେ ଏକ ସମ୍ପର୍କ ର ସେତୁ ଥାଏ।

କବିତା ଗୁଡ଼ିକୁ ହରପ୍ରିୟା ଦ୍ବିବେଦୀ ଓ ନୀଳମାଧବ ମିଶ୍ର ସଂଯୋଜନା କରିଥିଲେ। ଏହି ଉତ୍ସବ ରେ ବିଷ୍ଣୁ ପ୍ରସାଦ ମିଶ୍ର ଙ୍କୁ ବିଷୁବ ପ୍ରାବନ୍ଧିକ ସମ୍ମାନ, ଡ଼. ଗୀତାଞ୍ଜଳି ମହାପାତ୍ର ଙ୍କୁ ବିଷୁବ କବୟିତ୍ରୀ ସମ୍ମାନ, ଭକ୍ତ ବଲ୍ଲଭ ପଟ୍ଟନାୟକ ଙ୍କୁ ବିଷୁବ କବି ସମ୍ମାନ, ଓ ରଜତ କୁମାର ପଟ୍ଟନାୟକ ଙ୍କୁ ବିଷୁବ ସାମ୍ବାଦିକ ସମ୍ମାନ ଅତିଥି ମାନେ ପ୍ରଦାନ କରିଥିଲେ । ପରମ୍ପରା ର ସଭାପତି ଡ଼. ସୁକାନ୍ତି ମହାନ୍ତି ଏଥିରେ ସଭାପତିତ୍ବ କରିଥିବାବେଳେ ପରମ୍ପରା ର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Ad 1