ପାଇଖନା ଘରେ ମଧ୍ୟାହ୍ନ ଭୋଜନ ରୋଷେଇ

ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶିକ୍ଷ୍ୟା ଅନୁଷ୍ଠାନ ର ସମସ୍ୟା ଦୁର କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ଯୋଯନ ଅନେକ ହେଉଛି। କିନ୍ତୁ ଶିଖ୍ୟାଅନୁଷ୍ଟାନର ବିକାଶର ଚିତ୍ର ଦେଖିବାକୁ ଯିବା ନୂଆଗାଁ ବ୍ଲକ ସୋରଡା ପଂଚାୟତ ବାଲିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ପାଇଖନା ଘରେ ରୋଷେଇ ହେଉଥିବା ଅଭିଯୋଗ ହେଉଛି।

ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ ଅଭିମୁଖେ କରାଇବା ଶିଖ୍ୟାଅନୁଷ୍ଟାନରେ ଡିଜିଟାଲ ଶିକ୍ଷା ଦେବା ପରିବେଶ ସଫା ରଖିବା ମାଗଣା ଔଷଧ,ବହି, ଡ୍ରେସ୍ ଜୋତା ଦିଆଯାଇଛି ଏଥିପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ନୂଆଗାଁ ବ୍ଲକ ବାଲିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରେ (୧୭) ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇଜଣ ଶିକ୍ଷକ ରହିଛନ୍ତି। ଏହି ବିଦ୍ୟାଳୟଟି (୨୦୦୯) ମସିହାରେ ସ୍ଥାପିତ ହୋଇଥିବା ବେଳେ ରୋଷେଇ ଘର ଆସିଥିଲା କିନ୍ତୁ ଠିକାଦାର ଅଧା କାମରେ ବଦ କରିଦେଇଛି । ଫଳରେ ପିଲାଙ୍କ ପାଇଁ ନିର୍ମାଣ ହୋଇଥୀବା ପାଇଖେନା ଘରେ ରୋଷେଇ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି।

କିନ୍ତୁ ବିଦ୍ୟାଳୟ ତରଫରୁ ବହୁଥର ବିଦ୍ୟାଳୟ ର ସମସ୍ୟା ଉପରେ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଦୁଷ୍ଟି ଆକର୍ଷଣ କରିଛୁ କିନ୍ତୁ ସେମିତି କିଛି ସୁଫଳ ମିଳିପାରୁଥିବା ଶିକ୍ଷକ ଭିକାରୀ ଚରଣ ନାୟକ କହିଛନ୍ତି। ବିଦ୍ୟାଳୟ ର ବହୁ ଜାଗା ରହିଛି କିନ୍ତୁ ପାଚେରି କିମ୍ବା ଖେଳପଡିଆ ସମସ୍ୟା ରହିଥିବା ବେଳେ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଶିକ୍ଷୟତ୍ରୀ ମମତା ମଜରୀ ସାହୁ କହିଛନ୍ତି । ପାଇଖେନା ଘରେ ରୋଷେଇ ହେଉଥିବା ଘଟଣା ବ୍ଲକ ଶିକ୍ଷା ଅଧିକାରୀ ପ୍ରସାନ୍ତ କୁମାର ସାହୁ ଙ୍କ ମତାମତ ନେଇଥୀଲୁ ସେ କହିଛନ୍ତି ଖୁବ୍ ଶୀଘ୍ର ବିଡିଓ ଙ୍କୁ ଲିଖିତ ଭାବେ ଜଣାଇ ସମସ୍ୟାର ସମାଧାନ କରିବୁ

You might also like