ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳନ
ତା ୦୯/୦୮:- ନୟାଗଡ଼ ବ୍ଲକ ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରର କୁନିକୁନି ଛାତ୍ରଛାତ୍ରୀମାନେ ଏକ ନିଆରା ଢଙ୍ଗରେ ରକ୍ଷାବନ୍ଧନ ଉତ୍ସବ ପାଳନ କରିଛନ୍ତି | ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୁରୁଜୀ, ଗୁରୁମାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ|ବଧାନରେ ଖଣ୍ଡପଡ଼ା ଉପକାରାଗାରରେ ଥିବା ଅନ୍ତେବାସୀମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଆଗାମୀ ଦିନରେ ଭଲ ମଣିଷ ହୋଇ ସମୃଦ୍ଧ ଦେଶ ଗଠନରେ ସହାୟକ ହେବାକୁ ଆହ୍ୱାନ କରିଛନ୍ତି |

କିଛି ସମୟ ପାଇଁ କାରାଗାର ପରିସରରେ ଥିବା ଅନ୍ତେବାସୀ ଓ କାରାଗାରର ସମସ୍ତ କାର୍ଯ୍ୟକର୍ତ୍ତା, ଶିଶୁମନ୍ଦିରର କାର୍ଯ୍ୟକର୍ତ୍ତା ଓ ଶିଶୁମାନଙ୍କ ମଧ୍ୟରେ ପରସ୍ପର ଭାଇଚାରା ଭାବ ସୃଷ୍ଟି ହେବା ସହିତ ପରିବେଶ ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିବା ଜଣାଯାଇଛି | ବିଦ୍ୟାଳୟର ସମ୍ପାଦକ ମନୋରଞ୍ଜନ ପଣ୍ଡା କୁନିକୁନି ଶିଶୁମାନଙ୍କର ଏହି ଭାବଧାରାକୁ ସ୍ୱାଗତ ଜଣାଇବା ସହିତ କାରାପାଳ ପ୍ରିୟମ୍ବଦା ପଣ୍ଡାଙ୍କ ସହିତ କାରାଗାରର ସମସ୍ତ କାର୍ଯ୍ୟକର୍ତ୍ତ| ମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗର ହାତ ବଢ଼ାଇ ଥିବାରୁ ଆନ୍ତରିକ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି |
