ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସୂଚନା, ଶିକ୍ଷା, ଓ ଯୋଗାଯୋଗ ଉପରେ ବ୍ଳକ ସ୍ତରୀୟ ସଂସାଧନ ସଭ୍ୟ ମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ କର୍ମଶାଳା ଅନୁଷ୍ଠିତ ହୋଇଛି, ଲୋକ କଳା ମାଧ୍ୟମ ରେ ପ୍ରଚାର ପ୍ରସାର ନିମନ୍ତେ ଆଗରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମଧୁବାବୁ ପେନସନ, ମମତା ଓ ହରିଶଚନ୍ଦ୍ର, ମିଶନ ଶକ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା, ଫସଲ ଋଣ ରିହାତି, ଆମ ହସ୍ପିଟାଲ, କ୍ରୀଡା, ଆମ ଓଡିଶା ନବୀନ ଓଡିଶା,5-ଟିହାଇ ସ୍କୁଲ ରୂପାନ୍ତରିକରଣ, ଆଦି ଯୋଜନା ଉପରେ ତାଲିମ ଦିଆ ଯାଇଥିବା ବେଳେ, ବର୍ତ୍ତମାନ ଓଡିଶା ସରକାର ଆଉ 4ଗୋଟି ଯୋଜନା ଯଥା ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ଗଠନ,, ଆମ ବ୍ୟାଙ୍କ, ଐତିହ୍ୟ ସ୍ଥଳୀ ର ବିକାଶ, ଓ ଲକ୍ଷ୍ମୀ ବସ ସେବା ଏଥିରେ ସାମିଲ କରିଛନ୍ତି, ତେଣୁ ଏହି ନୂତନ 4ଟି ବିଷୟ ବସ୍ତୁ ଉପରେ ମୁଖ୍ୟତଃ ଭାବେ ଆଜି ତାଲିମ ଦିଆ ଯାଇଥିଲା,
ଏହି ନୂତନ ବିଷୟ ବସ୍ତୁଉପରେ ଦକ୍ଷତା ଥିବା ବିଶିଷ୍ଟ ବ୍ୟକ୍ତି ମାନେ ଯଥା -ଉର୍ଣ୍ଣୟନ ପରିଷଦ ଉପରେ ଜିଲ୍ଲା ସଂଯୋଜକ ଶ୍ରୀ ମୟଙ୍କ ନନ୍ଦ, ଆମ ବ୍ୟାଙ୍କ ଉପରେ ବ୍ୟାଙ୍କ ତରଫରୁ ଆର୍ଥିକ ସାକ୍ଷରତା ସଂଯୋଜକ ଶ୍ରୀ ରବୀନ୍ଦ୍ର କୁମାର ସେଠି, ଲକ୍ଷ୍ମୀ ବସ ସେବା ଉପରେ ଓଡିଶା ରାଜ୍ୟ ସଡ଼କ ପରିବହନ ବିଭାଗ ର ସହକାରୀ ପରିଚାଳକ ଶ୍ରୀ ଚନ୍ଦନ କୁମାର ସାହୁ, ଐତିହ୍ୟ ସ୍ଥଳୀ ବିକାଶ ଉପରେ ନୟାଗଡ଼ ର ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଟଙ୍କଧର ଭୋଇ, କାର୍ଯ୍ୟକ୍ରମ ଉପରେ ଆଲୋକ ପାତ କରି ବିଷଦ ଭାବେ ବୁଝାଇ ଥିଲେ, ରାଜ୍ୟ ସୂଚନା, ଶିକ୍ଷା, ଓ ଯୋଗାଯୋଗ ମୁଖ୍ୟ ପରିଚାଳକ, ଶ୍ରୀ କୃଷ୍ଣ ଚନ୍ଦ୍ର ନିଶଙ୍କ, ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ IECcampaign ଉପରେ ଆଲୋଚନା କରିଥିଲେ,
ଜିଲ୍ଲା ର 8ଟି ବ୍ଳକ ର ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ କଳା ସଂସ୍କୃତି ସଙ୍ଘ ର ଉପସଭାପତି, ଏବଂ ବରିଷ୍ଠ କଳାକାର ମାନେ ଯୋଗ ଦାନ କରି ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ରେ ତାଲିମ ଦାତା ଭାବେ ତାଲିମ ନେଇ ଥିଲେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ