ପାରିଶ୍ରମିକ ଦାବିରେ ଗୋଷ୍ଠୀ ସହାୟିକା କର୍ମୀଙ୍କ ଗଣଧାରଣା, ଓଏଲଏମ କାର୍ଯ୍ୟାଳୟ ପକାଇଲେ ତାଲା
ପାରିଶ୍ରମିକଦାବିରେ ଗୋଷ୍ଠୀ ସହାୟିକା କର୍ମୀଙ୍କ ଗଣଧାରଣା, ଓଏଲଏମ କାର୍ଯ୍ୟାଳୟ ଆଜି 11ଘଟିକା ସମୟ ରେ ପକାଇଲେ ତାଲା,ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆମ ଦୁଃଖ ଦୁର୍ଦ୍ଦଶା ବୁଝି ଆମକୁ ଚାକିରି ଦେଇଥିଲେ କିନ୍ତୁ ଏ ବିଜେପି ସରକାର ଆମକୁ ପ୍ରତାରଣା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତିି ଗଣିଆ ବ୍ଳକରେ କାର୍ଯ୍ୟରତ ଗୋଷ୍ଠୀ ସହାୟିକା କର୍ମୀ । ପ୍ରୋତ୍ସାହନ ରାଶି ବଦଳରେ ନିର୍ଦ୍ଧିଷ୍ଟ ପାରିଶ୍ରମିକ ଦାବିରେ କାର୍ଯ୍ୟ ବନ୍ଦ କରି ବ୍ଳକ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଗଣିଆ ବ୍ଳକରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟିଙ୍ଗ ଷ୍ଟାଫ । ପୂର୍ବରୁ ପାଉଥିବା ନିର୍ଦ୍ଦିଷ୍ଟ ପାରିଶ୍ରମିକ ପାଉନଥିବାରୁ ସଂଘ ତରଫରୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସ୍ଥାୟୀ ସମାଧାନ ନହେବାରୁ ଧାରଣା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଂଘର ନିଷ୍ପତ୍ତି ଅନୁଯାୟୀ ଯେ ପର୍ଯ୍ୟନ୍ତ ସରକାର ତାଙ୍କ ଦାବି ଶୁଣି ନାହାନ୍ତି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ । ଏପରିକି ଓଏଲଏମ କାର୍ଯ୍ୟାଳୟ ତାଲା ପକାଇ ମହାତ୍ମାଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସି ରହିଥିଲେ । ମହିଳାଙ୍କୁ ସମ୍ମାନ କଥା କହୁଥିବା ସରକାର ମହିଳା ମାନଙ୍କୁ ରାଜରାସ୍ତାରେ ବସିବାକୁ ବାଧ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତିି । ସଂଘର ସଭାନେତ୍ରୀ ଶୁକ୍ଳାରାଣୀ ଦାସ,ସମ୍ପାଦିକା ରଶ୍ମିରେଖା ଦାଶଙ୍କ ସମେତ ପ୍ରାୟ ୧୦୦ରୁ ଅଧିକ ମହିଳା ଉପସ୍ଥିତ ଥିଲେ ।