ପିଲାଙ୍କ ବିଜ୍ଞାନ ମେଳା, ୧୦ ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ

ଶରଣକୁଳ ତା ୧୧ /୧୧ ( )ଶରଣକୁଳ ଭିକାରି ପଡା ଠାରେ ଥିବା କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ତେଇଶିତମ ପିଲାଙ୍କ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଂଶ ଗ୍ରହଣ କରିଥିବା ୧୧୧ ଟି ପ୍ରକଳ୍ପ ମଧ୍ୟରୁ ୧0ଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳରେ ଯୋଗ ଦେବାପାଇଁ ମନୋନୀତ ହୋଇଛି l ବିଦ୍ୟାଳୟର ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ଆନୁଷ୍ଠାନିକ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ l

ଅପରାହ୍ନରେ ବିଦ୍ୟାଳୟର ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଦୁର୍ଗାଚରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ଗୁଣ୍ଠାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ଦାଶ ମୁଖ୍ୟ ବକ୍ତା, ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ତଥା ସ୍ତମ୍ଭକାର ଲଷ୍ମୀଧର ସାହୁ, ଶିକ୍ଷାବିତ କିଶୋର ଚନ୍ଦ୍ର କର ଓ ସ୍କୁଲ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ଅତିଥି ରୂପେ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା କୁନି ବିଜ୍ଞାନୀ ମାନଙ୍କୁ ପୁରସ୍କୃତ କରିଥିଲେ l

ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିବା ପ୍ରତିଯୋଗୀ ମାନେ ହେଲେ ସର୍ବ କନିଷ୍ଠ ବିଭାଗରେ ସାଇ ସମ୍ବିତ, ଯଶସ୍ୱିନୀ ଦାଶ, ଶଶାଙ୍କ ଶେଖର ପ୍ରଧାନ, ସୋମନାଥ ଘଡେଇ, କନିଷ୍ଠ ବିଭାଗରେ ହରପ୍ରିୟା ମୁଦୁଲି, ଆର୍ଯ୍ୟ ଅଂଶୁମାନ ଦାଶ, ଆଶୁତୋଷ ମହାପାତ୍ର, ବରିଷ୍ଠ ବିଭାଗରେ ପ୍ରିସ୍କିଲା ବେହେରା, ଏସ. ସାଇ ଶଙ୍କର, ସ୍ମାରାକୀ ସୁମନ ତ୍ରିପାଠୀ l ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିବା ବେଳେ ଶେଷରେ ଶିକ୍ଷକ ନିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

You might also like