ପୋଲିସ ର କଡା ନଜର ରେ ନୟାଗଡ଼, ମାଙ୍କ ଆଶ୍ରିବାଦ ନେଲେ ଏସପି
ସାରା ଦେଶରେ ଆଜି ହେବ ଭୋଟ ଗଣତି.. ସେଥିପାଇଁ ସବୁଆଡେ ଲାଗି ରହିଛି ରାଜ ନୈତିକ ତାତି… ଉଭୟ ଶାସକ ବିରୋଧିଙ୍କ ମଧ୍ୟରେ ଲାଗି ରହିଛି ଛକା ପଞ୍ଜା..ଏତିକି ବେଳେ ବିଭିନ୍ନ ପ୍ରକାର ଅଘଟଣ ଘଟାଇ ନିଜର ମନ୍ଦ ଯୋଜନା କୁ ଫଳପ୍ରଦ କରିବା ପାଈଁ କେତେକ ଅସାମାଜିକ ବ୍ୟକ୍ତି ସୁଯୋଗ କୁ ଅପେକ୍ଷା କରିଥାନ୍ତି… ହେଲେ ପ୍ରଶାସନ ଏବେ ଠାରୁ ଏହାକୁ ପ୍ରତିହତ କରିବା ପାଈଁ ଆରମ୍ଭ କରି ଦେଇଛି ପ୍ରସ୍ତୁତି..ଆଜି ନୟାଗଡ ଜିଲ୍ଲା ରେ କିଭଳି ସୁରୁଖୁରୁରେ ଭୋଟ ଗଣତି ହୋଇ ପାରିବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରିବା ସହ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳ 6 ଟାରୁ 5 ତାରିଖ ସକାଳ 6 ଟା ପର୍ଯ୍ୟନ୍ତ ଜିଲାରେ ଲାଗୁ କରିଛି 144 ଧାରା… ଏଥିପାଇଁ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଛି ଫ୍ଲାଗ ମାର୍ଚ୍ଚ…କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହ ନୟାଗଡ଼ ପୋଲିସ ହୋଇଛନ୍ତି ଫ୍ଲାଗ ମାର୍ଚ୍ଚ ରେ ସାମିଲ…ଯେ କୌଣସି ପରିସ୍ଥିତି କୁ ସମ୍ମୁଖୀନ ହେବାପାଇଁ ନୟାଗଡ଼ ପୋଲିସ ସକ୍ଷମବୋଲି ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନକହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି, ନୟାଗଡ଼ ଜିଲ୍ଲା ର 4ଗୋଟି ନିର୍ବାଚନ ମଣ୍ଡଳୀ ଓ 3ଗୋଟି ସଂସଦୀୟ କ୍ଷେତ୍ର ପାଇଁ ଭୋଟ ଗଣତି ହେବ,

ଏଥିପାଇଁ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ର ସମସ୍ତ ଥାନା ଗୁଡିକ ଆଲର୍ଟ ରହିଛନ୍ତି, ଗାଁ ରେ ଶାନ୍ତି, ନୟାଗଡ଼ ରେ ଉର୍ନତି ଅଭିମୁଖ୍ୟ ନେଇ ନୟାଗଡ଼ ଜିଲ୍ଲା ପୋଲିସ କାର୍ଯ୍ୟକରି ଚାଲୁଛି,ଗତ କିଛି ଦିନ ଧରି ଲୋକମାନଙ୍କ ସହିତ ସୁସମ୍ପର୍କ ରଖି ଆସିଛି ନୟାଗଡ଼ ପୋଲିସ, ତତ ସହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ପୋଲିସ ପକ୍ଷରୁ ବିଭିର୍ନ ଅସାମାଜିକ ଲୋକଙ୍କୁ ଗିରଫ କରି କୋଟ ଫରୱାର୍ଡ କରିଛି,ଭୋଟ ଗଣତି ପୂର୍ବ ରୁ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଭୋଟ ଗଣତି ସ୍ଥାନରେ ଯାଞ୍ଚ କଡାକଡି କରିଛନ୍ତି,

ଭୋଟ ଗଣତି ସ୍ଥାନକୁ ସୁରକ୍ଷା ବଳୟ ଭିତରେ ରଖି ଥିବା ବେଳେ ଫ୍ଲାଗ ମାର୍ଚ୍ଚ କରାଯାଇ ସମସ୍ତ ଜନସାଧାରଣ ଙ୍କର ସହଯୋଗ ଲୋଡ଼ା ଯାଇଛି,, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ନୟାଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣ କାଳି ଓ ଗୋପୀନାଥ ମନ୍ଦିର ରେ ପୂଜା ଅର୍ଚନା କରି ନୟାଗଡ଼ ରେ କିପରି ଶାନ୍ତି ଶୃଙ୍ଖଳା ର ସହିତ ନିର୍ବାଚନ ସରିବ ସେଥି ନିମନ୍ତେ ସମସ୍ତ ଙ୍କ ର କାମନା କରିଛନ୍ତି, ନୟାଗଡ଼ ଜିଲ୍ଲା କୁ ଏକ ଶାନ୍ତି ପୁର୍ଣ ଜିଲ୍ଲା ଭାବେ ନୟାଗଡ଼ ଏସପି ଯେଉଁ ପ୍ରୟାସ କରିଛନ୍ତି ସବୁ ମହଲ ରେ ଏହାକୁ ପ୍ରଶଂସା କରାଯାଇଛି,