ସୂଚନା ଅନୁଯାୟୀ ଆଜି ଦିନ ବାର ଟା ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାର ଡାକ୍ତର ମାନେ ଅଭିନବ ଉପାୟ ରେ ଆନ୍ଦୋଳନକୁ ଓହ୍ଲାଇ ଛନ୍ତି। ଡଃ ରବୀନ୍ଦ୍ର ନାଥ ସାହୁ ଙ୍କୁ ଡ୍ୟୁଟି ସମୟ ରେ ଆକ୍ରମଣ ହୋଇଥଲା। ଯଦି ଓ ପ୍ରସୂତି ମହିଳାଙ୍କ ମୃତ୍ୟୁ ପାଇଁ ତାଙ୍କୁ ନିଲମ୍ବନ କରା ଯାଇଛି କିନ୍ତୁ ଜଣେ ଡ୍ୟୁଟି ଡାକ୍ତର ଙ୍କୁ ଆକ୍ରମଣ କରିଥିବା ଆକ୍ରମଣ କାରୀ ଙ୍କୁ ପୋଲିସ ୟେ ପର୍ଯ୍ୟନ୍ତ ଗିରଫ ନ କରି ଟାଳଟୁଳ ନୀତି ଅବଲମ୍ବନ କରୁଛି। ସମ୍ପୃକ୍ତ ଡାକ୍ତର ଙ୍କ ନିଲମ୍ବନ ପ୍ରତ୍ୟାହାର କରି ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆ ଯାଉ।ସେଥି ପାଇଁ ଆଜି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସର ରେ ଜିଲ୍ଲା ସଭାପତି ଡ଼ଃ ବି ସୂର୍ୟା ରାଓ ଓ ସଂପାଦକ ଡ଼ଃ ପ୍ରଦୀପ କୁମାର ପାଇକରାୟ ଙ୍କ ନେତୃତ୍ୱ ରେ ନୀରବ ପ୍ରତିବାଦ ଆରମ୍ଭ ହୋଇଛି। ଏଥିରେ ରାଜ୍ୟ ସଭାପତି ଡ଼ଃ କିଶୋର ଚନ୍ଦ୍ର ମିଶ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ ସରୋଜ ରଞ୍ଜନ ନାୟକ ଙ୍କ ସହ ଜିଲ୍ଲା ର ବହୁ ଡାକ୍ତର ଯୋଗ ଦେଇଥିଲେ। ରୋଗୀ ସେବା ବ୍ୟାଘାତ ନ କରି ପ୍ରତିଦିନ ଏହି ପରି ଏକ ଘଣ୍ଟା ନୀରବ ପ୍ରତିବାଦ ଚାଲୁ ରହିବ ଏଵଂ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହୁଏ ବହୁତ୍ ଶିଘ୍ର ଏହା ରାଜ୍ୟ ବ୍ୟାପି ଚାଲିବ ବୋଲି ରାଜ୍ୟ ସଭାପତି ସୂଚନା ଦେଇଛନ୍ତି।
