ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କ ରେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ପୂର୍ବାହ୍ନ 10ଘଟିକା ସମୟ ରେ ପୋଷ୍ୟ ସନ୍ତାନ ଗ୍ରହଣ ମାସ ପାଳନ ଅବସର ରେ ଜିଲ୍ଲା ପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇ ସଚେତନତା ରଥ ର ଶୁଭ ଉଦଘାଟନ କରିଥିଲେ, ଏହା ପରେ ଜିଲାପାଳଙ୍କ ସଦଭାବନାସଭାଗୃହ ରେ ଅତିରିକ୍ତ ଜିଲାପାଳ ଶ୍ରୀ ଦିଲୀପ କୁମାର ବଳ ଙ୍କ ଅଧକ୍ଷତା ରେ ପୋଷ୍ୟ ସନ୍ତାନ ଗ୍ରହଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଶିଶୁ ମଙ୍ଗଳ ସମିତି ଅଧକ୍ଷ ଶ୍ରୀ କିଶୋର ଚନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାରସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସିବିୟନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅର୍ଚନା କହଁର, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ହେମନ୍ତ ରାଓ, ଅତିରିକ୍ତ ଜିଲ୍ଲା ସ୍ଵାସ୍ତ୍ୟ ଅଧିକାରୀ, ଡା. ସୁବାସ ଚନ୍ଦ୍ର ନାୟକ, କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧ ରେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ,

ଏହି କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦେଶକ ସଂଯୋଗ କଟକ ଶ୍ରୀ ପ୍ରଶାନ୍ତ କୁମାର ପାଲଟାସିଂ, ସଂସାଧନ ସଦସ୍ୟ ଭାବେ ଯୋଗ ଦେଇ ଜିଲ୍ଲା ରେ ପୋଷ୍ୟ ସନ୍ତାନ ଗ୍ରହଣ କିଭଳି ଭାବେ ଅଭିବୃଦ୍ଧି ଘଟିବ ଓ ଯତ୍ନ ବ୍ୟବସ୍ତା ର ସଠିକ କାର୍ଯ୍ୟକାରୀ ହୋଇ ପାରିବ ସେ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ, ଏହି ସଚେତନତା କାର୍ଯ୍ୟକ୍ରମ ରେ ଛାଇଲଡ ହେଲ୍ପ ଲାଇନ ର ସୁଦୂର ପ୍ରସାର ନିମନ୍ତେ ପୋଷ୍ଟର ଗୁଡିକ ମଞ୍ଚାସିନ ଅତିଥି ମାନେ ଉନ୍ମୋଚନ କରିଥିଲେ, ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତି ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା, ଏହି କର୍ମଶାଳା ରେ ନୟାଗଡ଼ ଜିଲ୍ଲା ର ସମସ୍ତ ସିଡିପିଓ, ସୁପରଭାଇଜର, ନର୍ସିଙ୍ଗ ହୋମ ର କର୍ମକର୍ତା, ସାମାଜିକ ଅନୁଷ୍ଠାନ,, ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ର ତତ୍ୱାବଧାରକ, ଆଶା, ସଂଯୋଜକ, ପ୍ରମୁଖ ଯୋଗ ଦେଇ ଥିଲେ, କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶ୍ରୀ ସତ୍ୟରଞ୍ଜନ ଦାସ ସଂଯୋଜନା କରିଥିବା ବେଳେ ଅଣ ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶୈଳ ବାଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ

You might also like