ପୌରାଞ୍ଚଳ ରେ ଦୀପ ଦାନ କାର୍ଯ୍ୟକ୍ରମ

ନୟାଗଡ଼ର ରାଣୀମା ତଥା ପୂର୍ବତନ ସାଂସଦ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି, ନୟାଗଡ଼ ଲଗାତାର ଭାବେ ଗ୍ରାମ ମଙ୍ଗଳ ଆରତୀ, ଦୀପଦାନ କାର୍ଯ୍ୟକ୍ରମ ଜରିଆରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ପହଞ୍ଚି ଜନସମ୍ପର୍କ ଯାତ୍ରା ଜାରି ରଖିଛନ୍ତି।

ସାଙ୍ଗରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଆସନ ନିମନ୍ତେ ଦଳୀୟ ପ୍ରାର୍ଥୀ ଡା ସମ୍ବିତ ପାତ୍ରଙ୍କ ଶ୍ଳୋକ ପଠନ ଏ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିପାରିଛି।

ରାଣୀମା ପ୍ରତ୍ୟୁଷା ରାଜେଶ୍ୱରୀ ଓ ଡା ସମ୍ବିତ ପାତ୍ରଙ୍କ ସମେତ ସମସ୍ତ ବରିଷ୍ଠ ବିଜେପି ନେତୃବୃନ୍ଦ ଘରକୁ ଘର ବୁଲି ଦୀପଦାନ କରୁଥିବାବେଳେ ଏହି କାର୍ଯ୍ୟକ୍ରମକୁ ପ୍ରବଳ ସମର୍ଥନ ଦେଖିବାକୁ ମିଳୁଛି। ଆଜିର ଏହି କାର୍ଯ୍ୟକ୍ରମ ନୟାଗଡ଼ ପୁରୁଣା ସହରରେ ହୋଇଅଛି,

ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନସିର ଅହମ୍ମଦ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, କୃପାସିନ୍ଧୁ ଗୌଡ଼, ରଞ୍ଜନ କୁମାର ପଣ୍ଡା, ସନ୍ତୋଷ ରାଉତରାୟ, ରଜନୀକାନ୍ତ ନନ୍ଦ, ସୂର୍ଯ୍ୟମଣି ବେହେରା, ଆରତୀ ଗୌଡ଼ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

You might also like