• ପ୍ରଗମନ ଅଭିଯାନ ଓଡ଼ିଶାର ଆରମ୍ଭ । www pragman.in ରେ ଆବେଦନ କରିବେ ଆଶାୟୀ ପ୍ରାର୍ଥୀ ମାନେ।
• ସ୍ବଚ୍ଛତା ଓ ଗଣତନ୍ତ୍ରିକ ପଦ୍ଧତିରେ ପ୍ରାର୍ଥୀ ଚୟନ କରିବ କଂଗ୍ରେସ।
• ଲଢ଼ିବା ପାଇଁ ଯଦି ଅଛି ଜୋସ, ଦରକାର ନାହିଁ କାହାର ସୁପାରିଶ।
• ଓଡ଼ିଶାରେ ବିଧାନସଭା ଓ ଲୋକସଭା ଆସନ ଲଢ଼ିବା ପାଇଁ ସାଧାରଣ ଜନତା, ଲୋକ ସେବକ, କର୍ମୀ ଓ ନେତାମାନେ ଆବେଦନ କରିପାରିବେ । ଯେଉଁମାନଙ୍କର ଜନାଧାର ଓ ଲୋକସମ୍ପର୍କ ରହିଛି ସେମାନଙ୍କ ପାଇଁ ନେତୃତ୍ବ ନେବାର ଏକ ଅପୂର୍ବ ସୁଯୋଗ ଦେବ କଂଗ୍ରେସ ଦଳ ।
• ସାଧାରଣ ଲୋକଙ୍କୁ ନିର୍ବାଚନରେ ଯୋଡ଼ିବା ଓ ନେତୃତ୍ବ ବିକାଶକୁ ଆଗକୁ ବଢ଼ାଇବା ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଏହି ଅଭିନବ ପ୍ରୟାସ ।
• ଜାତି, ଧର୍ମ, ଲିଙ୍ଗ, ଧନୀ, ଗରିବ ନିର୍ବିଶେଷରେ ଯେ କୌଣସି ଆଶାୟୀ ବ୍ୟକ୍ତିବିଶେଷ କରିପାରିବେ ଟିକେଟ ପାଇଁ ଆବେଦନ ।
• ଓଡ଼ିଶାକୁ ପ୍ରୟୋଗଶାଳା କରି ଜାତୀୟ କଂଗ୍ରେସ ନିର୍ବାଚନରେ ସଂସ୍କାର ଆଣିବାକୁ ଯେଉଁ ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି ତାହା ହେଉଛି “ପ୍ରଗମନ” ।
• ଏହି ପ୍ରଗମନ ଅଭିଯାନ ଓଡ଼ିଶା ଲୋକମାନଙ୍କର, ଓଡିଶା ଲୋକମାନଙ୍କ ଦ୍ୱାରା, ଓଡ଼ିଶାର ଲୋକମାନଙ୍କ ପାଇଁ ।
• କେଉଁ ଆସନରୁ କିଏ ଲଢ଼ିବ ଏବେ ବିଜେଡ଼ି ଓ ବିଜେପି ମଧ୍ୟରେ ଶଲା କୁସ୍ତି ଆରମ୍ଭ ହୋଇଛି।
• ବିଜେଡ଼ିରେ ଟିକେଟ ବାଂଟିବେ ପାଣ୍ଡିଆନ, ବିଜେଡ଼ି ନେତା ଏବେ ବୋଲକରା, ବଚସ୍କର ।
• କଂଗ୍ରେସର ପ୍ରୟାସ ଓଡ଼ିଆ ନେତୃତ୍ଵ ହାତରେ ରହିବ ଓଡ଼ିଶାର ବିକାଶ।
• ଏହି ଲଢ଼େଇ ଓଡ଼ିଆ ଅସ୍ମିତାର ଲଢ଼େଇ।
ଏହି ସାମ୍ବାଦିକ ସମ୍ମିଳନୀ ରେ ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ ଏବଂ ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଉପସ୍ଥିତ ଥିଲେ l