ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତଚରଣ ଦାସ ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନ ଙ୍କ ଆହ୍ୱାନ କ୍ରମେ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରୀ ବସ ରେ ମାଗଣା ଏବଂ ଘରୋଇ ବସ ରେ ୫୦% ଯାତାୟାତ ରିହାତି ଘୋଷଣା ଦାବିରେ ଆଜି ନୟାଗଡ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଶିବରଞ୍ଜନ ସାହୁ ଙ୍କ ଆବାହକତ୍ୱ ରେ ଆରଟିଓ କାର୍ଯ୍ୟାଳୟ ଆଗରେ11ଘଟିକା ସମୟ ରେ ବିକ୍ଷୋଭ ପ୍ରଦର୍ଶନ କରି ଦଳ ପକ୍ଷରୁ ଜାରି ସ୍ମାରକପତ୍ର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସୁଶ୍ରୀ ସୁଧା ଙ୍କ ମାଧ୍ୟମ ରେ ମହାମହିମ ରାଜ୍ୟପାଳ ଙ୍କୁ ପ୍ରଦାନ କରାଯାଇ ଥିଲ l

ଏହି କାର୍ଯ୍ୟକ୍ରମ ରେ ଡିସିସି ସଂଯୋଜକ ଶ୍ରୀ ସତ୍ୟବ୍ରତ ନୟକ, ନୟାଗଡ ଜଂଗ୍ରେସ ନେତା ତଥାବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ, ସେବାଦଳ ନେତା ଶ୍ରୀ ମନୋଜ କୁମାର ସାହୁ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଶ୍ରୀ ପ୍ରତୀକ ମହାପାତ୍, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଡ଼ଭୋକେଟ ଶ୍ରୀ ପୀତବାସ ଖୁଣ୍ଟିଆ,ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଶ୍ରୀ ଅନିଲ ଛୁଆଳସିଂ, ଖୁଣ୍ଟୁବନ୍ଧ ପଞ୍ଚାୟତ କଂଗ୍ରେସ ନେତା ଶ୍ରୀ ପ୍ରହଲ୍ଲାଦ ପାତ୍ର, ଦଳିତ ଯୁବ ନେତା ଶ୍ରୀ ସନ୍ତୋଷ ନାଏକ, ଜିତେନ୍ଦ୍ର କୁମାର ଦଳେଇ, କଂଗ୍ରେସ ସୋସିଆଲ ମେଡ଼ିଆ ଶ୍ରୀ ସୁରେନ୍ଦ୍ର ଦଳେଇ, ଛାତ୍ର କଂଗ୍ରେସ ନେତା ଅମ୍ଲାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଓମ ପ୍ରକାଶ ପ୍ରଧାନ, ଅରବିନ୍ଦ ପାଢ଼ୀ, ପ୍ରିତମ ପଟ୍ଟନାୟକ,ଦିଲ୍ଲୀପ ମହାପାତ୍ର,ଶାଶ୍ୱତ ପ୍ରଧାନ ଏବଂ ସାଇପ୍ରସାଦ ପ୍ରଧାନ ପ୍ରମୁଖ ଶତାଧିକ ଦଳୀୟ ସମର୍ଥକ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l