ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆଁବାରି ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନୁଦାନ ହରିଲୁଟ ଖବର ପ୍ରକାଶ ପାଇବା ପରେ ବ୍ଳକ ପ୍ରସାସନ ପଞ୍ଚାୟତ ରେ ପହଂଚି 9ଗୋଟି ଫାଇଲ ଜବତ କରିଛନ୍ତି, ସୂଚନା ଅନୁସାରେ ନୂଆଗାଁ ବ୍ଳକ ବେରୁଆଁବାରି ପଞ୍ଚାୟତ ରେ ଆଦିବାସୀ ଙ୍କ ନାମରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ନିର୍ମାଣ ପାଇଁ ଆସିଥିବା ଆର୍ଥିକ ଅନୁଦାନକୁ ଠିକାଦାର, ଓ ପ୍ରଶାସନିକକର୍ମଚାରୀ ମିଳିମିଶି ହରିଲୁଟ କରିଥିବା ଖବର ଶୁଣା ଯିବା ପରେ ଗୋଟିଏ ପରେ ଗୋଟିଏ ସତ୍ୟ ସାମ୍ମl କୁ ଆସୁଛି,
ଘର ନହୋଇ .ଉଠିଥିବା ମନରେଗା ଟଙ୍କା କୁ ପ୍ରଶାସ ନିକ କର୍ମଚାରୀ ଜାଲ ଦସ୍ତଖତ କରି ଉଠାଇ ନେଇ ଥିବା ବେଳେ ଏ ଘଟଣା କୁ ହିତାଧିକାରୀ ମାନେ ବିଡ଼ିଓ ଙ୍କ ପାଖ ରେ ଅଭିଯୋଗ କରିଥିଲେ, ବିଡ଼ିଓ ବାସୁଦେବ ନାୟକ ଅଭିଯୋଗ ପାଇବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ଦେଶ କ୍ରମେ ଜିପିଇ ଓ ସାଧୁ ଚରଣ ସାହୁ,ଏପିଓ ଅମରେନ୍ଦ୍ର ସାହୁ, ଓ ବ୍ଳକ ପ୍ରୋଜେକ୍ଟ କୋ ଅର୍ଡିନେଟର, ପହଂଚି 9ଗୋଟି ଫାଇଲ ଜବତ କରି ବ୍ଲକ କାର୍ଯ୍ୟାଳୟ କୁ ନେଇ ଥିବା ସୂଚନା ମିଳିଛି, ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଡିଓ ବାସୁଦେବ ନାୟକ