ପ୍ରଭୁ ରlମେଶ୍ୱର ମନ୍ଦିରରେ ଉଠିଲା ମହାଦୀପ, ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଲା ମନ୍ଦିର ପରିସର

ନୟାଗଡ଼ ଏନଏସି ହାଇସ୍କୁଲ ନିକଟ ବାବା ରାମେଶ୍ୱର ଙ୍କ ପୀଠରେ ରାତି 10ଘଟିକା 30ସମୟ ରେ ଉଠିଲା ମହାଦୀପ। ପ୍ରଭୁ ରାମେଶ୍ୱର ଙ୍କ ନୀତି କାନ୍ତି ଶେଷ ପରେ ମହାଦୀପ ଉଠିଥିଲା। ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର। ମହାଦୀପ ଦର୍ଶନ ବେଳେ ଭାବ ବିହୋଳ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ।

ମହାଦୀପ ଦେଖିଲାପରେ ନିଜର ଉପବାସ ଭଙ୍ଗ କରିଥିଲେ ଶ୍ରଦ୍ଧାଳୁ । ଏହା ପରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଭିଡକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନଓ ମନ୍ଦିର ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଏଥି ସହ ମନ୍ଦିର କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ

You might also like