ରଣପୁର ବ୍ଲକ ଗୋପାଳପୁର ନୀଳକଣ୍ଠେଶ୍ଵର ସେବା ସମବାୟ ସମିତି ଚାଷୀଙ୍କ ଠାରୁ ଏଫ ଏ କ୍ୟୁ ମାନର ଧାନ କିଣିବା ନେଇ ଚାଲିଥିବା ଅନିଶ୍ଚିତତା ବିରୋଧରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଆଜି ଉଗ୍ର ରୂପ ନେବାରୁ ଚାଷୀ ମାନେ ରାସ୍ତାକୁ ଓହ୍ଲାଇ ଦିନ ୧୧ ଘଟିକା ଠାରୁ ରଣପୁର ଚାନ୍ଦପୁର ରାସ୍ତାକୁ ଅବରୋଧ କରି ବସି ସନ୍ଧ୍ୟା ପ୍ରାୟ ୬ ଟା ପର୍ଯ୍ୟନ୍ତ ବସି ରହିଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଗାଡି ମଟର ଦିର୍ଘ ସମୟ ଅଟକି ରହିଥିଲା। ରଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ମୁକେଶ ବେହେରା ନିଜ ର ପୋଲିସି ବଳ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା ବେଳେ ସ୍ଥାନୀୟ ତହସିଲ ଦାର ଶ୍ରୀଯୁକ୍ତ ଆର୍ଯ୍ୟ କୁମାର ଓ ଅତିରିକ୍ତ ତହସିଲ ଦାର କୃଷ୍ଣ ଚନ୍ଦ୍ର ନାୟକ ପ୍ରଶାସନ ତରଫରୁ ଉପସ୍ଥିତ ଥାଇ ଆନ୍ଦୋଳନ କାରୀ ଚାଷୀ ଓ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ପ୍ରଶାସନ ସହ ନୀଳକଣ୍ଠେଶ୍ଵର ସେବା ସମବୟ ର ସମ୍ପାଦକ ଅରୁଣ କୁମାର ମିଶ୍ର ଆସନ୍ତା କାଲି ଠାରୁ ଚାଷୀଙ୍କ ଠାରୁ ଟୋକନ ମୁତାବକ କ୍ରମାନ୍ୱୟରେ ଧାନ କିଣିବାର ଦୃଢ଼ ପ୍ରତିଶ୍ରୁତି ଦେବାରେ ଚାଷୀଙ୍କ ରାସ୍ତା ଅବରୋଧ ଆନ୍ଦୋଳନ ହଟିଥିଲା। ଭବିଷ୍ୟତ ରେ ଚାଷୀଙ୍କ ପ୍ରତି ଓ ଧାନ କିଣାରେ ସରକାର ଓ ପ୍ରଶାସନ ଟାଳଟୁଳ ନୀତି ନେଲେ ତୀବ୍ର ଆନ୍ଦୋଳନ ହେବ ବୋଲି କ୍ରିୟାନୁଷ୍ଠାନ କମିଟି ତରଫରୁ ଚେତାବନୀ ଦିଆ ଯାଇଛି।
ଏହି ଆନ୍ଦୋଳନ ରେ ଚାଷି ନେତା ହରିଶ୍ଚନ୍ଦ୍ର ମିଶ୍ର, କିଶୋର ସିଂହ,ବ୍ରଜ ନାୟକ, ସୁରେଶ ସ୍ୱାଇଁ,ସଦାଶିବ ନନ୍ଦ,ନିତ୍ୟାନନ୍ଦ ପରିଡା,ଦୁଃଶାସନ ଜେନା,କୁଳମଣି ପଲେଇ,ଗଦାଧର ପ୍ରଧାନ, କାର୍ତ୍ତିକ ନାୟକ, ଲକ୍ଷ୍ମୀଧର ମାଝି, ସଂଯୁକ୍ତା ସେଠୀ,ଗୌର କିଶୋର ସାହୁ,ଅନ୍ତର୍ଯ୍ୟାମୀ ପ୍ରଧାନ,ବୁଲୁ ବସ୍ତିଆ ପ୍ରମ୍ମୁଖ ନେଇଥିଲେ।