ଗଣିଆ ବ୍ଲକ ଆଡ଼କଟା ପଞ୍ଚାୟତ କାଳିକା ପ୍ରସାଦ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଛାତ୍ର ଛାତ୍ରୀ ନ ଥିବାରୁ କିଛି ବର୍ଷ ହେବ । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ବନ୍ଦ କରାଯାଇ ଥିଲା । ଏହି ବିଦ୍ୟାଳୟକୁ ପୁଣି ଥରେ ଖୋଲିବା ପାଇଁ ଗ୍ରାମ ବାସୀ ଦାବି କରି । ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଆଜି ଦିନ ୧୨ଟା ସମୟରେ କାଳିକା ପ୍ରସାଦ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟିବା ସହିତ ଦାବି ପତ୍ର ପ୍ରଦାନ କରିଛନ୍ତି । କାଳିକା ପ୍ରସାଦ ଗ୍ରାମ ର ୪୦ ଜଣ ଛାତ୍ର ଛାତ୍ରୀ ନିକଟସ୍ଥ ୨କିଲୋମିଟର ଦୂର ଧୂଆଁମଡ଼ା ଓ କରଡ଼ା ପଡ଼ା ଗ୍ରାମରେ ଥିବା ବିଦ୍ୟାଳୟକୁ ପ୍ରତିଦିନ ପାଠ ପଢିବା ପାଇଁ ଯାଇଥାନ୍ତି ।

ଏହି ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ଦୈନିକ ଗଣିଆ -ଦଶପଲ୍ଲା ରାଜ୍ୟ ରାଜପଥ ଦେଇ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇଥାନ୍ତି । ରାସ୍ତାରେ ପ୍ରତ୍ୟହ ଯାତାୟତ କରୁଥିବା ଦ୍ରୁତଗାମୀ ଯାନବାହନ ଯୋଗୁଁ କେତେ ବେଳେ ଯେ ଅଘଟଣ ଘଟିବ ତାହାକୁ ଏଡାଇ ଦିଆଯାଇ ନ ପାରେ ବୋଲିି କୁହନ୍ତି ଗ୍ରାମବାସୀ ପ୍ରାଥମିକ ବିଦ୍ୟାଳୟ ଟିକୁ ପୁନଶ୍ଚ ପ୍ରଶାସନ ତରଫରୁ ଖୋଲାଯାଇ ପାରିଲେ ଗ୍ରାମର ଛାତ୍ରଛାତ୍ରୀ ସୁବିଧା ପାଠ ପଢ଼ିପାରନ୍ତେ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।