ପ୍ରେମୀ ଯୁଗଳଙ୍କ ଆତ୍ମହ*ତ୍ୟା

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମ ପଞ୍ଚାୟତରେ। ଘଟଣାରୁ ପ୍ରକାଶ ଯେ ମଧ୍ୟଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଦନପୁର ଗ୍ରାମର ସୁମିତ୍ରା ନାୟକ (୧୯) ସେହି ପଞ୍ଚାୟତର ବିଘ୍ନେସ୍ୱର ମାଝୀ (୨୨) ଙ୍କୁ ପ୍ରେମ କରି ଆସୁଥିଲେ। କିନ୍ତୁ ପରବର୍ତି ସମୟରେ ଉଭୟ ଉଭୟଙ୍କୁ ବିବାହ କରିବା ପାଇଁ ଇଛା ପ୍ରକାଶ କରିଥିଲେ ମଧ୍ୟ ଉଭୟ ପରିବାର ପକ୍ଷରୁ ବାରଣ କରାଯାଇ ଥିଲା ।

ଏହାକୁ ସହ୍ୟ ନକରିପାରି ଝିଅ ସୁମିତ୍ରା ସୋମବାର ରାତ୍ର ସମୟରେ ଆତ୍ମହତ୍ୟା କରିଦେଇ ଥିଲା। ପ୍ରମାଣ ନଷ୍ଟ କରିବାକୁ ଯାଇ ପରିବାର ଲୋକେ ସୁମିତ୍ରକୁ ପୋଡି ଦେଇ ଥିଲେ। ଏହି ଖବର ପାଇ ମଙ୍ଗଳବାର ଦିନ ସକାଳ ସମୟରେ ନିଜେ ଆତ୍ମହତ୍ୟା କରିଦେଇ ଥିଲା,

ଏହା ଜାଣି ପାରିବା ପରେ ପୁଅର ପରିବାର ଲୋକେ ବିଘ୍ନେସ୍ୱରକୁ ପୋଡି ଦେଇଥିଲେ। ଏ କଥା ଜଣା ପଡିବା ପରେ ଦଶପଲ୍ଲା ପୋଲିସ ପହଁଚିବା ପରେ ସବୁ କିଛି ସରି ଯାଇ ଥିଲା। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଡ଼ନ୍ତ ଜାରି ରଖିଛି ।

You might also like