ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ନିକଟ ନିର୍ମାଣ ହୋଇଛି ନୂତନ ରାମ ମନ୍ଦିର । ପ୍ରତ୍ୟେକ ଦିନ ହଜାର ହଜାର ଦର୍ଶକ ଏଠାରେ ଦେଖିବାକୁ ମିଳୁଛି । ଉକ୍ତ ରାମ ମନ୍ଦିରକୁ ନେଇ ଏବେ ଚର୍ଚ୍ଚାରେ ନୟାଗଡ଼ ଜିଲ୍ଲା । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଥିବା ବେଳେ ନୟାଗଡ଼ ଜିଲ୍ଲା ଫତେଗଡ଼ରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ଫତେଗଡ଼ ଗାଁ ନିକଟ ପାହାଡ଼ ଉପରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଦର୍ଶନ କରିଛନ୍ତି ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ । ବେଦଜ୍ଞ ପଣ୍ଡିତଙ୍କ ଦ୍ଵାରା ପୀଠରେ ଚାଲିଥିବା ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇ ପଣ୍ଡିତଙ୍କ ଠାରୁ ଆଶୀର୍ବାଦ ଲାଭ କରିବାପରେ ମନ୍ଦିରର ପାର୍ଶ୍ଵ ଦେବା ଦେବୀ ମନ୍ଦିର ବୁଲି ଦର୍ଶନ କରିଥିଲେ ।
ପରେ ନବ ନିର୍ମିତ ମୁଖ୍ୟ ମନ୍ଦିରର ଶ୍ରୀ ରାମଚନ୍ଦ୍ରଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ମନ୍ଦିର ପରିଦର୍ଶନ କରି ନିଜକୁ ଗୌରବାନୀତ ମନେ କରୁଛନ୍ତି କହିଥିଲେ ସାଂସଦ ମାନସ ମଙ୍ଗରାଜ । ଏହାର କିପରି ଆଗକୁ ଦର୍ଶନୀୟ ସ୍ଥାନ ହେବା ସହ ବିକାଶ ହୋଇ ପାରିବ ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ସହ ଆଲୋଚନା କରିଥିଲେ । ଏଭଳି ସ୍ଥାନରେ ଏତେ ସୁନ୍ଦର ମନ୍ଦିର ଦେଖି ଖୁସି ହୋଇଯାଇଥିଲେ । ଫତେଗଡ ଗାଁ ଓ ଶ୍ରୀରାମ ପର୍ବତ ଉତ୍ସବ ମୁଖର ହୋଇଉଠିଛି ।
ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସମସ୍ତ ଙ୍କ ମଧ୍ୟରେ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ଭରି ରହିଛି । ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୨ଶହ କାରିଗର ୫ ବର୍ଷ ହେଲା ନିୟୋଜିତ ହୋଇଥିଲେ ବୋଲି ଜଣାପଡ଼ିଛି । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡେ