ଫତେଗଡ଼ ରାମ ମନ୍ଧିର ଦର୍ଶନ ସାରୀ ଫେରୀବl ବେଳ ପ୍ରେମୀକ ଆଗରେ ପ୍ରେମୀକା କୁ କଲେ ଗଣ ଗଣଦୁଷ୍କର୍ମ, ଫତେଗଡ଼ ଥାନା ରେ ଆରକ୍ଷୀ ଅଧିକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

ଖଣ୍ଡପଡା ଫତେଗଡ ଥାନା ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା । ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ ଗଣଦୁଷ୍କର୍ମ କରି ଭିଡିଓ ଭାଇରାଲ ମାମଲାରେ ତିନିଜଣ ଯୁବକ ଅଟକ ରହିଥିବା ସୂଚନା ରହିଛି । ଘଟଣାରୁ ପ୍ରକାଶ ଯେ, ଗତ ରବିବାର ( ଅକ୍ଟୋବର ୨୦) ଜଣେ ୨୧ ବର୍ଷିୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁ ସହିତ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିରକୁ ଆସିଥିଲେ। ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିସାରି ବାଇକରେ ସନ୍ଧ୍ୟା ସାଢେ଼ ଛଅଟା ବେଳେ ଫେରୁଥିଲେ । ଏହି ସମୟରେ ପିଠାଖାଇ ଜଙ୍ଗଲ ରାସ୍ତାରେ ତିନିଜଣ ଯୁବକ ପ୍ରେମୀ ଯୁଗଳଙ୍କୁ ଅଟାଇଥିଲେ । ଛୁରୀ ଦେଖାଇ ଭୟଭୀତ କରି ପ୍ରେମୀ ଯୁଗଳଙ୍କୁ ଜଙ୍ଗଲ ଭିତରକୁ ନେଇଯାଇ ପ୍ରବଳ ମାଡମାରି ପ୍ରେମିକାକୁ ଗଛରେ ବାନ୍ଧି ଦେଇଥିଲେ।

ଏହାପରେ ଯୁବତୀଙ୍କ ପୋଷାକ ଖୋଲି ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ଏହାପରେ ଜୋର ଜବରଦସ୍ତ ଜଣକ ପରେ ଜଣେ ଗଣଦୁଷ୍କର୍ମ କରି ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ଏହାପରେ ଯୁବକ ଯୁବତୀଙ୍କ ଠାରୁ ୪୮ଶହ ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇଥିଲେ । ଏହାପରେ ଗଣଦୁଷ୍କର୍ମ କରିଥିବା ଯୁବକ ମାନେ ଭିଡିଓ ଭାଇରାଲ କରିଦେଇଥିଲେ ।

ଏହି ଭିଡିଓ ମୋବାଇଲରୁ ମୋବାଇଲ ବ୍ୟାପିବାରେ ଲାଗିଥିଲ । ପୀଡ଼ିତା ଯୁବତୀ ଘରେ ଘଟଣା ସମ୍ପର୍କରେ କହିବା ପରେ ଫତେଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଫତେଗଡ ଥାନାଧିକାରୀ ପଞ୍ଚାନନ ପରିଡ଼ା ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତର ଭାବେ ନେଇ କେସ ନଂ ୨୭୬/୨୪ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିଲେ । ଏହି ଗଣବଳତ୍କାର ଘଟଣାରେ ଭାପୁର ବ୍ଲକ ଅନ୍ତର୍ଗତ ପିଠାଖାଇ ଗ୍ରାମର ବୁଲୁ ଲେଙ୍କା, ଭାପୁର ଗ୍ରାମର କାହ୍ନା ପ୍ରଧାନ ଓ ସିତୁ ପ୍ରଧାନଙ୍କୁ ଅଟକ ରଖିବା ସହିତ ମୋବାଇଲ ଜବତ କରିଛନ୍ତି । ସେମାନଙ୍କୁ ଅଟକ ରଖି ପଚରାଉଚରା କରି ତଦନ୍ତ ଚାଲୁ ରଖିଥିବା ଥାନାଧିକାରୀ ଶ୍ରୀ ପରିଡାଙ୍କ ଠାରୁ ସୂଚନା ମିଳିଛି। ଏହି ସମ୍ବେଦନଶୀଳ ଲଜ୍ଜାଜନକ ଘଟଣାକୁ ଆପୋଷ ସମାଧାନ ପାଇଁ ଭାପୁର ଅଞ୍ଚଳର କିଛି ରାଜନୈତିକ ବ୍ୟକ୍ତିବିଶେଷ ଚାପ ପ୍ରୟୋଗ କରୁଥିବା ସୂଚନା ମିଳିଛି । ଏହି ଲଜ୍ଜାଜନକ ଘଟଣାକୁ ନେଇ ଭାପୁର ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।

You might also like