ବଡ଼ ପଣ୍ଡା ଙ୍କ କଳି ସାଜିଲା ବଳି,ଚାରି ଲକ୍ଷ ଟଙ୍କା ର ପ୍ରୋଜେକ୍ଟ ଉଭାନ, ଦିନ ରେ ଲଣ୍ଠନ ଦେଖେଇ ଅନ୍ୟ ସ୍କୁଲ କୁ ପ୍ରଦାନ କଲେ ଅର୍ଥ ରାଶି

ବଡ଼ ପଣ୍ଡା ଙ୍କ କଳି ସାଜିଲା ବଳି,ଚାରି ଲକ୍ଷ ଟଙ୍କା ର ପ୍ରୋଜେକ୍ଟ ଉଭାନ, ଦିନ ରେ ଲଣ୍ଠନ ଦେଖେଇ ଅନ୍ୟ ସ୍କୁଲ କୁ ପ୍ରଦାନ କଲେ ଅର୍ଥ ରାଶି ଏଭଳି ଘଟଣା ଦେଖିବାକୁ ମିଳିଛି ସାରଙ୍ଗ ଧର ପୁର ବିଦ୍ୟାଳୟ ରେ, ଖୋଦ କଳି ର ନାୟକ ଓ ଖଳନାୟକ ସାଜିଛନ୍ତି ବିଧାୟକ ସତ୍ୟ ନାରାୟଣ, ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ଓରଫ କାଳୁ

ଶାରଙ୍ଗଧର ପୁର ସ୍କୁଲ ଚାରି ଲକ୍ଷ୍ୟ ଟଙ୍କାର ପ୍ରୋଜେକ୍ଟ ଉଭାନ : ଦିନିରେ ଲଣ୍ଠନ ଦେଖାଇ ଅନ୍ୟ ସ୍କୁଲକୁ ପ୍ରଦାନ କରିଲେ ଅର୍ଥ ରାଶି – ବିଧାୟକ/ଜିଲ୍ଲା ପରିଷଦ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମ ରେ ଆସିଥିବା ଲୋଧଚୁଆ ପଞ୍ଚାୟତ କୁ ପଚାଶ ଲକ୍ଷ୍ୟ କୁ ବାଣ୍ଟିବା ପାଇଁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଲୋଧା ଚୁଆ ପଞ୍ଚାୟତରେ ବସି ପ୍ରୋଜେକ୍ଟ ବାଣ୍ଟି ସେମାନଙ୍କ ଦଶକତ୍ ନେଇ ପ୍ରୋଜେକ୍ଟ ବାଣ୍ଟିଥିଲେ. ସେଥିମଧ୍ୟରୁ ଶାରଙ୍ଗଧର ପୁର ସ୍କୁଲ କୁ ଚାରି ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ.

ତାର ପର ମୁହୂର୍ତରେ ତିନି ଲକ୍ଷ୍ୟ କଲେ. ଏବେ ଲୋଧଚୁଆ ପଞ୍ଚାୟତର ସାରଙ୍ଗଧର ପୁର ସ୍କୁଲକୁ ପ୍ରତିଶୃତି ଦେଇଥିବା ।ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଚାରିଲକ୍ଷ ଟଙ୍କା ଶାରଙ୍ଗଧର ପୁର ସ୍କୁଲକୁ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ (କାଳୁ) ସାରଙ୍ଗଧର ପୁର ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ବାମୀ (ଟିକନ) ଓ ସମିତି ସଭ୍ୟ (ମିନ ନାୟକ) ଓ କିଛି କର୍ମୀ ମାନଙ୍କୁ ଧରି ପଞ୍ଚାୟତରେ ବୈଠକ ର ଆସର ଜମାଇ ଥିଲେ । ସେହି ବୈଠକରେ କାଳୁ ବାବୁ ଲୋକମାନଙ୍କ ଆଗରେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ କହିଲେ, ଶାରଙ୍ଗଧର ପୁର ସ୍କୁଲର ନାମ ଆଗରେ ଲେଖ ମୁଁ ନିଶ୍ଚିନ୍ତ କରିଦେବି ଏହା ପ୍ରତିଶୃତି ଦେଇ ଚାଲି ଯାଇଥିଲେ ।

ପରବର୍ତ୍ତୀ ମୁହୂର୍ତ୍ତରେ କାଳୁ ବାବୁ ନୟାଗଡ ଡି. ଆର୍. ଡି. ଏ (DRDA)ଅଫିସ କୁ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସମତେ ସରପଞ୍ଚ ଓ ସମିତି ସଭ୍ୟ ସୁନାଖଳା ଜୋନର ଯୁବ ସଭାପତି ଶ୍ରୀକାନ୍ତ କୁମାର ମହାପାତ୍ର ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ (କାଳୁ) ବୈଠକ ର ଆସର ଜମାଇଥିଲେ, ସେହି ବୈଠକରେ ଶାରଙ୍ଗଧର ପୁର ସ୍କୁଲ ର ପୁନର ଉଦ୍ଧାର ପାଇଁ ଚାରି ଲକ୍ଷ ଟଙ୍କା ଧାର୍ଯ୍ୟ କରି ତୁରନ୍ତ ଲିଷ୍ଟ୍ ବାହାର କରିଥିଲେ । ସମିତି ସଭ୍ୟ ମୀନ ନାୟକ ଙ୍କ ହାତକୁ ପ୍ରଦାନ କରିଥିଲେ।ରଣପୁର ବ୍ଲକକୁ ଡି.ଆର୍.ଡି.ଏ (DRDA)ରୁ ପୋର୍ଜେଟ ଲିଷ୍ଟ ଆସିଥିଲା । ରଣପୁର ବ୍ଲକ କୁ ସମିତି ସଭ୍ୟ ମୀନ କେତନ ନାୟକ ଓ ଯୁବ ସଭାପତି ଶ୍ରୀକାନ୍ତ କୁମାର ମହାପାତ୍ର ଲିଷ୍ଟ ଦେଖନ୍ତେ ଲିଷ୍ଟ ରେ ଶାରଙ୍ଗଧର ପୁର ସ୍କୁଲ୍ ର ନାମ ଉଭାନ ହୋଇଯାଇଛି ।

ଶାରଙ୍ଗଧର ପୁର ସ୍କୁଲ କମିଟି ଓ ଜନସାଧରଣଙ୍କ ମତାମତ ଚାରି ଲକ୍ଷ ଟଙ୍କା ଆସିଲା ଓ ଗଲା କୁଆଡେ ଏହାର କଡ଼ା ଜବାବ ଆଗାମୀ ଇଲେକ୍ସନରେ ଆମେ ଦେବୁ ଓ ପଚାରିବୁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ କାଳୁବାବୁ ଙ୍କୁ ଆମ ଟଙ୍କା ଉଭାନ କଲା କିଏ..??ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଙ୍କ ମଧ୍ୟରେ ଫାଇନାଲ କରା ଯାଇଥିଲା କିନ୍ତୁ ଫାଇନାଲ ଲିଷ୍ଟ ଆସିବାପରେ ଶାରଙ୍ଗଧର ପୁର ର ଚାରି ଲକ୍ଷ୍ୟ କୁ କାଟି ଅଡlଲ ସ୍କୁଲ କୁ ସାତ ଲକ୍ଷ୍ୟ ପଚାଶ ହଜାର ଦିଆ ଗଲା,

ତାଙ୍କୁ ପଚାରିବାରୁ ସେମାନେ ନିଜ ନିଜ ଉପରେ ଦୋଷ ଦିଆ ଦିଆହେଲେ, ପ୍ରକୃତରେ କାହା ପ୍ରଲୋଚନାରେ କିଏ କଟିଲା ..??ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଙ୍କୁ ପଚାରିବାରୁ ସେମାନେ ନିଜ ନିଜ ଉପରେ ଦୋଷ ଦିଆ ଦି ହେଲେ । ଜନସାଧାରଣ ଙ୍କୁ ଲଣ୍ଠନ ଦେଖାଇ ଅନ୍ୟ ସ୍କୁଲକୁ ପ୍ରଦାନ କରିଲେ ଅର୍ଥ ରାଶି

You might also like