ପୁଣି ଖୁସି ଖବର ଦେଲେ ମୋହନ ସରକାର, ସାମ୍ବାଦିକ ଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି, ସିଏମ ମୋହନ ମାଝି, ବଢିଲା ସାମ୍ବାଦିକ ଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ର ଅବଧି, ରାଜ୍ୟ ରେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା କୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି,
ଚଳିତ ମାସ 31ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ଥିଲା,ତେଣୁ ରାଜ୍ୟ ସରକାର ଏହାକୁ ଆଉ ଏକ ବର୍ଷ ନିମନ୍ତେ ବୃଦ୍ଧି କରିଛନ୍ତି,ତେଣୁ ଗତବର୍ଷ ର ତାଲିକା ଚଳିତ ବର୍ଷ ମଧ୍ୟ କାର୍ଯ୍ୟ କରିବ ବୋଲି ସୂଚନା ଓ ଲୋକ ସମ୍ପର୍କ ଵିଭାଗ ତରଫରୁସୂଚନା ଦିଆ ଯାଇଛି, ଗତ 22ତାରିଖ ବିଧାନ ସଭାରେ ଉଠି ଥିଲା ସାମ୍ବାଦିକ ଙ୍କ ସ୍ୱାସ୍ଥ୍ୟ ବୀମା ପ୍ରସଙ୍ଗ,ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଏ ନେଇ ଗୃହ ରେ ପ୍ରଶ୍ନ କରି ଥିବା ସୂଚନା ମିଳିଛି