ବଦଳିଲେ ବିଡିଓ, ତହସିଲଦାର ଓ ଡ଼େପୁଟି କଲେକ୍ଟର

ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ।ବିଡିଓ , ତହସିଲଦାର ଓ ଡ଼େପୁଟି କଲେକ୍ଟର ୭୦ ଜଣଙ୍କର ଅଦଳବଦଳ ହୋଇଛି । ନୟାଗଡ଼ର ଜିଲ୍ଲା ର ଗଣିଆ ବ୍ଲକ ବିଡ଼ିଓ ଡ଼ମ୍ବରୁଧର ମଲ୍ଲିକଙ୍କର କାଶୀନଗର ବିଡ଼ିଓ ଭାବେ ବଦଳି ହୋଇଛି । ସେହିପରି ଭାବେ ବିରିଡ଼ି ବିଡ଼ିଓ ଡ. ବେବିତା ମଞ୍ଜରୀ ନାୟକଙ୍କର ଗଣିଆ ବିଡିଓ ଭାବେ ବଦଳି ହୋଇଛି । ଭାପୁର ତହସିଲଦାର ଲଗ୍ନଜିତ ବେହେରାଙ୍କର ବୌଦ୍ଦ ତହସିଲଦାର ଭାବେ ବଦଳି ହୋଇଛି । କେ ନୂଆ ଗାଁ ତହସିଲଦାର ଅର୍ଜ୍ଜୁନ ପ୍ରଧାନଙ୍କର ଭାପୁର ବ୍ଲକ ତହସିଲଦାର ଭାବେ ବଦଳି ହୋଇଛି ।

ନୂଆଗାଁ ତହସିଲଦାର ଏସ୍‌. କେ ସଗିର୍ ଙ୍କର ସୋର ତହସିଲଦାର ଭାବେ ବଦଳି ହୋଇଥିବା ବେଳେ ବରସାହି ତହସିଲଦାର ଗଦାଧର ଧଳଙ୍କର ନୂଆଗାଁ ତହସିଲଦାର ଭାବେ ବଦଳି ହୋଇଛି । ନୟାଗଡ଼ ଡେପୁଟି କଲେକ୍ଟର ରିମା ହାଂସଦାଙ୍କର ଢେଙ୍କାନାଳ ଡ଼େପୁଟି କଲେକ୍ଟର ଭାବେ ବଦଳି ହୋଇଥିବା ବେଳେ ଢେଙ୍କାନାଳ ଡେପୁଟି କଲେକ୍ଟର ଙ୍କର ମନିଷା ଗୁପ୍ତାଙ୍କର ନୟାଗଡ଼ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

You might also like