ବଦଳିଲେ ମଧ୍ୟଖଣ୍ଡ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ

ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ନୋଡ଼ାଲ୍‌ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତିନିଦିନ ମଧ୍ୟରେ ସେହି ସ୍କୁଲର ସହକାରୀ ଶିକ୍ଷକ ଦିପ୍ତୀବନ୍ତ କହଁରକୁ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।

ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାମକୃଷ୍ଣ ପ୍ରଧାନ ସେହି ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବଳିଆରସିଂହଙ୍କ ପେନସନ କାଗଜ ତିଆରି କରି ଡ଼ିପିଆଇ ଅଫିସ୍‌ କୁ ସଠିକ୍ ସମୟ ମଧ୍ୟରେ ପଠାଇ ନ ଥିବାରୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

You might also like