ବନାଞ୍ଚଳ ଅଧିକାରୀ ଙ୍କ ନେତୃତ୍ୱରେ ଅଭୟାରଣ୍ୟ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ବିଭାଗର ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀଧର ପଣ୍ଡାଙ୍କ ତତ୍ତ୍ଵାବଧାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଚଳିତ ସେପ୍ଟେମ୍ବର ମାସ 17 ତାରିଖ ଠାରୁ ଅକ୍ଟୋବର 2 ଗାନ୍ଧୀ ଜୟନ୍ତି ପର୍ଯ୍ୟନ୍ତ ସାରା ଭାରତରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ କାର୍ଯ୍ୟ ଚାଲୁଅଛି ।

ଶନିବାର ଦିନ ସକାଳ 9 ଘଣ୍ଟା ସମୟରେ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀଧର ପଣ୍ଡା , ବନପାଳ ଲୋକନାଥ ସେଠୀ , ସଞ୍ଜୟ କୁମାର ରାଉତ ଓ ପୁଷ୍ପାଞ୍ଜଳି ପଣ୍ଡାଙ୍କ ସମେତ ମୁଦୁଲି ଗାଡିଆ ଇକୋ ଡେଭଲପ ମେଣ୍ଟ କମିଟିର ସଭାପତି ସୁମନ୍ତ ବେହେରା , ପୂର୍ଣ୍ଣଚନ୍ଦ୍ର ବେହେରା ଓ ଗ୍ରାମବାସୀ ମାନଙ୍କ ସହଯୋଗରେ ମୁଦୁଲି ଗାଡିଆ ଗ୍ରାମରେ ପରିମଳ କାର୍ଯ୍ୟ କରିବା ସହିତ ବାଇଶି ପଲ୍ଲୀ ଅଭୟା ରନ୍ୟ ର ଅଧିଷ୍ଠାତ୍ରୀ ଦେବୀ ମାଆ ବାଟ ପନ୍ଥେଇ ଠାକୁରାଣୀ ଓ ବ୍ୟାରେଜ ଠାରେ ମଧ୍ୟ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟ କରା ଯାଇଥିଲା । ଏଥିରେ ବନ ବିଭାଗର ସମସ୍ତ ସ୍କ୍ୱାର୍ଡ ଓ ଗ୍ରାମ ବାସୀ ସାମିଲ ହୋଇଥିଲେ ।

You might also like