ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ୭୦ ତମ ବନମହୋତ୍ସବ ପାଳିତ ।

ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ବିଭାଗର ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଶୁକ୍ରବାର ଦିନ ଛାମୁଣ୍ଡିଆ କୁଞ୍ଜବିହାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବନ୍ୟ ପ୍ରାଣୀ ମାନଙ୍କର ସୁରକ୍ଷା ନିମନ୍ତେ 70 ତମ ବନ୍ୟପ୍ରାଣୀ ସପ୍ତାହ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ 80 ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ମାତ୍ର 20 ଜଣ ଛାତ୍ର ଛାତ୍ରୀ ବନ୍ୟ ପ୍ରାଣୀ ସୁରକ୍ଷା ଓ ପରିବେଶ ସୁରକ୍ଷା ବିଷୟକୁ ନେଇ ବତ୍କୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

ସେଥିମଧ୍ୟରୁ କୃତିତ୍ୱ ଅର୍ଜନ କରିଥିବା ପ୍ରଥମ , ଦ୍ୱିତୀୟ ଓ ତୃତୀୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା। ଏଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ଦଳେଇଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଫରେଷ୍ଟର କାଳନ୍ଦୀ ଚରଣ ସାଥୁଆ, ପ୍ରତାପ କୁମାର ସେଠୀ , ସଞ୍ଜୟ ରାଉତ , ଲୋକନାଥ ସେଠୀ , ମନୋରଞ୍ଜନ କହଁର ଆଦି ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । ପରିବେଶକୁ ପଲିଥିନ ମୁକ୍ତ କରିବା ,ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ,ଜଙ୍ଗଲ ଓ ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା ମହୋଦୟ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ

You might also like