ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପଣ୍ଡାଙ୍କ ଦ୍ଵାଦଶାହା ସ୍ମୃତିଚାରଣ ସଭା

ନୟାଗଡ଼ ଜିଲ୍ଲା ଓକିଲ୍ଲ ସଙ୍ଘ ପୂର୍ବତନ ସଭାପତି ତଥା ଜିଲ୍ଲାର ଖ୍ୟାତନାମା ଆଇନଜୀବୀ ସ୍ବର୍ଗତ ବୃନ୍ଦାବନ ପଣ୍ଡା ଙ୍କ ଦ୍ୱଦଶାହ ଅବସରରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୀଳମାଧଵ ହୋଟେଲ ଠାରେ ସ୍ମୃତିସଭା ଆୟୋଜିତ ହୋଇଯାଇଛି l
ସ୍ମୃତି ସଭାରେ ସ୍ବର୍ଗତ ପଣ୍ଡାଙ୍କ ଘନିଷ୍ଠ ସହପାଠୀ ପୂର୍ବତନ ମନ୍ତ୍ରୀ ତଥା ଆଠଗଡ ବରିଷ୍ଠ ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଇଂ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଶ୍ରୀ ବ୍ରଜକିଶୋର ପ୍ରଧାନ, ଶ୍ରୀ କୈଳାସ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ମନୋରଞ୍ଜନ ମହାପାତ୍ର, ସ୍ବର୍ଗତ ପଣ୍ଡାଙ୍କ ସମୁଦୀ ଶ୍ରୀ ନାରାୟଣ ମହାପାତ୍ର ପ୍ରମୁଖ ସ୍ବର୍ଗତ ବୃନ୍ଦାବନ ପଣ୍ଡାଙ୍କ ଆତ୍ମା ର ସଦଗତି କାମନା କରିଵା ସହ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ପୂର୍ବତନ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମଧୁସୂଦନ ଆଇନ ମହାବିଦ୍ୟାଳୟ ରେ ତାଙ୍କର ସହପାଠୀ ଭାବେ ଅତୀତର ସ୍ମୃତି କୁ ରୋମନ୍ଥନ କରିଥିଲେ l ସ୍ବର୍ଗତ ପଣ୍ଡା ଙ୍କ ପୁତ୍ର ଶ୍ରୀ କୁମାର ସଂକେତ ପଣ୍ଡା ଏବଂ ସମ୍ପର୍କୀୟ ତଥା ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା ମଧ୍ୟ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମ ବହୁ ଆଇନଜୀବୀ, ସାମ୍ବାଦିକ ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଜିଲ୍ଲା ଓକିଲ ସଂଘ ର ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର ଅlନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ ପରେ ସ୍ମୃତି ସଭା ସାଙ୍ଗ ହୋଇଥିଲା l
ସମ୍ମାନ ସହ 🙏
ଶ୍ରୀ ରଣଜିତ ଦାଶ

You might also like