ଏଲଡର୍ସ ଭିଜନ ଆଣ୍ଡ ଆକ୍ସନ ଗ୍ରୁପ (ବରିଷ୍ଠ ନାଗରିକ ମଞ୍ଚ ନୟାଗଡ଼ ତରଫରୁ ଏକ ସାଧାରଣ ସଭାଅନୁଷ୍ଠିତ ହୋଇଛି, ଏହି ଅବସର ରେ ମଞ୍ଚ ର ସଭାପତି ଶ୍ରୀ ପ୍ରତାପ କୁମାର ନନ୍ଦ (ଆଡ଼ଭୋକେଟ )ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ମଞ୍ଚ ର ମୁଖ୍ୟ ଉପଦେଷ୍ଟା ତଥା ନୟାଗଡ଼ ମାନ୍ୟବର ବିଧାୟକ ଡ଼ଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଙ୍କ ସ୍ୱୀକୃତ ବରିଷ୍ଠ ନାଗରିକ ମାନଙ୍କ ପରିଚୟ ପତ୍ର ପ୍ରଦାନ କରିଥିଲେ,

ଉକ୍ତ ସାଧାରଣ ସଭାରେ 36ଜଣ ବରିଷ୍ଠ ନାଗରିକ ତାଙ୍କର ପରିଚୟ ପତ୍ର ପାଇଥିବା ବେଳେ ସଭାପତି ଶ୍ରୀ ନନ୍ଦ ଏବଂ ତାଙ୍କର କାର୍ଯ୍ୟକାରିଣୀ କମିଟି ର ସଦସ୍ୟ ମାନଙ୍କ ପ୍ରଚେଷ୍ଟା ରେ 60ଜଣ ନୂତନ ସଭ୍ୟ ଙ୍କ ନାମ ପଞ୍ଜିକୃତ ହୋଇଥିଲା,

ଉକ୍ତ ସଭାରେ ସଂମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦ ର ଅଧକ୍ଷା ନିରୁପମା ଖଟେଇ, ବିଶିଷ୍ଟ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ଗୋଦାବରୀ ସାହୁ, ମଞ୍ଚ ର ବୟସ୍କ ସଦସ୍ୟ ବିଶ୍ଵନାଥ ନାୟକ, ଭଗବତୀ ପ୍ରସାଦ ପଟ୍ଟନାୟକ, ନିଜର ସୁ ବକ୍ତବ୍ୟ ପ୍ରଦାନ କରି ମଞ୍ଚ ର ଉର୍ନତି ପାଇଁ ଶୁଭ କାମନା କରିଥିଲେ,

ମଞ୍ଚ ର ସମ୍ପାଦକ ଲୋକନାଥ ପାତ୍ର, ବାର୍ଷିକ ବିବରଣୀ ପାଠ କରିବା ସହ ଉପସଭାପତି ପଞ୍ଚାନନ ମହାନ୍ତି, ଅତିଥି ମାନଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ, ପରିଶେଷରେ ସଭାପତି ଶ୍ରୀ ନନ୍ଦ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗକରିଥିଲେ