ବଲାଙ୍ଗୀ ପାର୍କରେ ସିଂହାସନ ଆରୋହଣ କଲେ ମା’ ବନଦୁର୍ଗା, ହଜାର ହଜାର ଭକ୍ତଙ୍କ ସମାଗମ

ଦିନକୁ ଦିନ ସଜେଇ ହେଉଛି ନୟାଗଡ଼ର ବଲାଙ୍ଗୀ ପାର୍କ । ପାର୍କର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକ ମାନଙ୍କର ଆଶା ଓ ଆକାକ୍ଷାଂ ଦେଖିବାକୁ ମିଳିଛି । ପାର୍କରେ ପୂର୍ବରୁ ପୂଜା ପାଉଥିବା ମା’ ବନଦୁର୍ଗା ମନ୍ଦିରର ଉନ୍ନତି କରଣ କରାଯାଇ ମା’ଙ୍କର ସିଂହାସନ ଆରୋହଣ କାର୍ଯ୍ୟ ସମାପନ୍ନ କରାଯାଇଛି । ସହସୂର୍ଯ୍ୟପୂଜା, ଯଜ୍ଞାର୍ଚ୍ଚନା, ମହାସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଆଜି ମା’ଙ୍କ ପୂର୍ଣ୍ଣାହୁତି, ଠାକୁରାଣୀଙ୍କ ସିଂହାସନ ଆରୋହଣ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।୫ ହଜାରରୁ ଉର୍ଦ୍ଧ୍ଵ ଲୋକ ପ୍ରସାଦ ସେବନ ନିମନ୍ତେ ବ୍ୟବସ୍ଥା ମା’ ବନଦୁର୍ଗା କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା । ନୟାଗଡ଼ ସହରର ଅଧିକାଂଶ ଲୋକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି । ନୟାଗଡ ବିଧାୟକ ଡ଼.ଅରୁଣ କୁମାର ସାହୁ ପ୍ରଥମ ଦିନରୁ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ସମସ୍ତ କାଉନସିଲରଙ୍କ ସମେତ ବହୁ ସମାଜସେବୀ ମାନେ ଏହି କାର୍ଯ୍ୟରେ ସହଯୋଗ କରିଛନ୍ତି ।

ହଜାର ହଜାର ଜନତା ପ୍ରସାଦ ସେବନ କରିବା ସହ ବଲାଙ୍ଗୀ ପାର୍କର ମଜା ନେଉଛନ୍ତି । ନୟାଗଡ଼ ସହର ସମେତ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରୁ ବହୁ ରାଜନୈତିକ ବ୍ୟକ୍ତିମାନେ ଉକ୍ତ ସିଂହାସନ ଆରୋହଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।ଭଗ୍ନ ଅବସ୍ଥାରେ ଥିବା ମା’ ବନ ଦୁର୍ଗାଙ୍କ ମନ୍ଦିର ନୂଆ ରୂପରେଖ ପାଇଛି । ମା’ ଙ୍କ ଆବିର୍ଭାବ ଲାଗି ବଲାଙ୍ଗି ପାର୍କର ସୌନ୍ଦଯ୍ୟ କରଣକୁ ଦ୍ଵିଗୁଣିତ କରିଛି । ପର୍ଯ୍ୟଟକ ମାନେ ପ୍ରବେଶ କଲା ପରେ ମା’ ବନ ଦୁର୍ଗାଙ୍କ ଆଶୀର୍ବାଦ ଲୋଡିବେ ।

You might also like