ଆଜି 12ଘଟିକା ସମୟ ରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ଜିଲାପାଳଙ୍କୁ ବାଉଁଶିଆ ପଡା ସେବା ସମବାୟ ସମିତି ଲିଃ ଅଧିନସ୍ତ 10ଟି ଗ୍ରାମର ଯଥା ବାଉଁଶିଆ ପଡା, ପାଟଚଣ୍ଡୀ ପ୍ରସାଦ, ଅଭିମାନ ପୁର, ବଳରାମପୁର, ବିଜିପୁର, ଜହ୍ନିପଦା, ଶ୍ୟାମଘନ ପୁର, ପୁରୁଷୋତମପୁର, କାଳିଆମଳି, କାଉତରା, ଗୋପାଳପୁର,ଗ୍ରାମବାସୀ ତଥା ଚାଷୀ ଙ୍କ ପକ୍ଷରୁ ଧାନ କଟନୀଛଟନି ଓ ସମସ୍ୟା ନେଇ ଦାବି ପତ୍ର ପ୍ରଦାନ କରିଛନ୍ତି,ସୂଚନା ଅନୁଯାୟୀ ସମବାୟ ସମିତିଲିଃ ଅଧୀନ ରେ ଅନେକ ବର୍ଷ ହେବ ସୁଚାରୁ ରୂପେ ଧାନମଣ୍ଡି ଚାଲୁ ଥିବା ବେଳେ ସମସ୍ତଚାଷୀ ସଠିକ ରୂପରେ ଧାନ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇ ଆସୁଥିଲେ, କିନ୍ତୁ ପୂର୍ବ ବର୍ଷ ଭଳି ସମସ୍ତ ଚାଷୀ ରେଜିଷ୍ଟ୍ରେସନ କରାଇ ଟୋକନ ପାଇଥିଲେ, ଟୋକନ ପାଇଲେ ମଧ୍ୟ ସମବାୟ ସମିତି, ଓ ଧାନ କ୍ରୟ କରୁଥିବା ମିଲର ଙ୍କ ତାଳମେଳ ନ ରହିବାରୁ ଚାଷୀ ମାନେ ବିଭିର୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି,
ତତ ସହିତ ମିଲର ଓ ସମବାୟ ସମିତି ଲିଃ ମଧୁ ଚନ୍ଦ୍ରିକା ରେ ଏଫ. ଏ. କ୍ୟୁ ମାନର ଧାନ କ୍ରୟ କରିବା ନିଷ୍ପତି ନେଇ ଥିବା ବେଳେ ଚାଷୀ ମାନେ ତାହା ଅଜ୍ଞ ଅଛନ୍ତି, ଏଫ. ଏ.କ୍ୟୁ ଧାନ କେଉଁ ପ୍ରକାର, ଧାନ ସେମାନଙ୍କ ପାଖ ରେ ଅଛି କି ନାହିଁ ଜାଣି ପାରୁ ନଥିବା ନେଇ ଅନେକ ସମସ୍ୟା ର ଚାଷୀସମ୍ମୁଖୀନ ହେଉଥିବା ବେଳେ ଏହାର ସମାଧାନ ପାଇଁ ଦାବି ସହିତ ମିଲର ଓସମବାୟ ସମିତି ର ସମନ୍ଵୟ ରକ୍ଷା ତଥା ଚାଷୀ ଭାଇ ମାନଙ୍କ ହିତ ସାଧନ ନିମନ୍ତେ ଦାବି କରି ଜିଲ୍ଲା ପାଳଙ୍କୁ କାର୍ଯ୍ୟା ଳୟ ପରିସର ରେ ବାଉଁଶିଆ ପଡା ସେବା ସମବାୟ ସମିତି ଲିଃ ର ଅଧିନସ୍ଥ ଚାଷୀ ଙ୍କ ପକ୍ଷରୁ ସ୍ଥାୟୀ ସମାଧାନ ନିମନ୍ତେ ଦାବି ପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି