ବାଲିଆ ଠାରେ ସିପିଆଇ (ଏମ) ର ରଣପୁର ୫ମ ଆଞ୍ଚଳିକ କମିଟି ସମ୍ମିଳନୀ ଅନୁଷ୍ଠିତ।

ସିପିଆଇ (ଏମ) ର ରଣପୁର ୫ମ ଆଞ୍ଚଳିକ ସମ୍ମିଳନୀ ଖଇରପଲ୍ଲୀ ପଞ୍ଚାୟତ ବାଲିଆ ଠାରେ ସାଥୀ ଦୁଃଶାସନ ଜେନା ଓ ସୁକାନ୍ତି ଜେନା ଙ୍କ ସଭାପତି ମଣ୍ଡଳୀ ରେ ଅନୁଷ୍ଠିତ ହୋଇ ଯାଇଛି। ପାର୍ଟିର ଲାଲ ଝଣ୍ଡା କୁ ପାର୍ଟିର ବରିଷ୍ଠ ସଦସ୍ଯ ସାଥୀ ମଦନ ସାହୁ ଆନୁଷ୍ଠାନିକ ଭାବେ ଲାଲ ଝଣ୍ଡା ଉତ୍ତୋଳନ କରିଥିଲା ବେଳେ ପାର୍ଟିର ମହାସଚିବ ସୀତାରାମ ୟେଚୁରୀ ଓ ସହିଦ୍ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇ ଥିଲା। ପାର୍ଟିର ଜିଲ୍ଲା ନେତା ସାଥୀ ବିଶ୍ବନାଥ ମହାପାତ୍ର ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦେଶର ସାମ୍ପ୍ରତିକ ରାଜନୈତିକ ଓ ଆର୍ଥିକ ପରିସ୍ଥିତିର ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ।ଆଞ୍ଚଳିକ କମିଟିର ସମ୍ପାଦକ ସାଥୀ ସୁରେଶ ସ୍ଵାଇଁ ଏକ “ସାଙ୍ଗଠନିକ ଓ ରାଜନୈତିକ” ରିପୋର୍ଟ ଉପସ୍ଥାପନ କରିବାରେ ରିପୋର୍ଟ ଉପରେ ୫ଜଣ ସାଥୀ ଆଲୋଚନା କରିଥିଲେ। ରଣପୁର ଅଞ୍ଚଳର ରଣ୍ଡା ଗିରିଣ୍ଡ। ଓ ଭେଟବର ଆଦିର ପୁନରୁଦ୍ଧାର, ସାପୁଆଣି ବନ୍ଧ ଓ ବାଞ୍ଛା ବନ୍ଧ ଆଦିର ପୁନରୁଦ୍ଧାର ସହ ଚାଷି ଫସଲ ର ସହାୟକ ମୂଲ୍ଯ,ମୂଲିଆ ଙ୍କୁ ଦୈନିକ ୬୦୦ ଟଙ୍କା ମଜୁରୀ ଓ ୨୦୦ ଦିନ କାମ, ଦର ବୃଦ୍ଧି ନିୟନ୍ତ୍ରଣ , ବିଦୁତ ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ ଓ ସମସ୍ତ ଗରୀବ ମହିଳା ଙ୍କୁ ଶୁଭଦ୍ରା ଯୋଜନାରେ ବର୍ଷ କୁ ଏକ କାଳୀନ ୫୦ ହଜାର ଟଙ୍କା ପ୍ରଦାନ ଆଦୀ ଦାବୀ ଗୁଡିକୁ କାର୍ଯ୍ଯ କରିବାକୁ ସମସ୍ତ ଜନଗଣ ଙ୍କୁ ସମ୍ମିଳନୀ ତରଫରୁ ସାଥୀ ହରିଶ୍ଚନ୍ଦ୍ର ମିଶ୍ର ଉଜାପନୀ ବକ୍ତବ୍ଯରେ ଆହ୍ଵାନ ଦେଇଥିଲେ।

ରାଜ୍ଯର ଡବଲ ଇଞ୍ଜିନି ମୋହନ ସରକାରଙ୍କ ନିର୍ବାଚନ ପ୍ରତିଶୃତି ମାସକୁ ୩୦୦ ଇଉନିଟ ବିଦୁତ ଛାଡ , ବିଧବା ବାର୍ଦ୍ଧକ୍ଯ ଭତ୍ତା ୩୦୦୦ ଟଙ୍କା ଓ ରାଜ୍ଯ ରେ ମଦ ବନ୍ଦ ଆଦି ତୁରନ୍ତ କାର୍ଯ୍ଯକାରୀ କରିବା ଦାବୀରେ ଆଗାମୀ ନଭେମ୍ବର ୧୭ ତାରିଖରେ ରଣପୁର ରେ ଅନୁଷ୍ଠିତ ପାର୍ଟିର ଜିଲ୍ଲା ସମ୍ମିଳନୀର ଖୋଲା ଅଧିବେଶନକୁ ସଫଳ କରିବାକୁ ବକ୍ତା ମାନେ ଆହ୍ଵାନ ଦେଇ ଥିଲେ। ସାଥୀ ଦୁଃଶାସନ ଜେନା ଆଞ୍ଚଳିକ କମିଟିର ସମ୍ପାଦକ ଭାବେ ପୁନର୍ବାର ନିର୍ବାଚିତ ହୋଇଥିଲା ବେଳେ ସବ୍ୟସାଚୀ ସେନାପତି ପାର୍ଟିର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ସମ୍ମିଳନୀ ପରିପ୍ରେକ୍ଷୀରେ ଅନୁଷ୍ଠିତ ଖୋଲା ଅଧିବେସନ ରେ ପାର୍ଟିର ନେତା ସାଥୀ ହରିଶ୍ଚନ୍ଦ୍ର ମିଶ୍ର,ନିତ୍ୟାନନ୍ଦ ପରିଡା ,ସୁରେଶ ସ୍ଵାଇଁ, ଦୁଃଶାସନ ଜେନା,ଯୁବ ଆଇନଜୀବୀ କବିରାଜ ପ୍ରଧାନ, ସଂଯୁକ୍ତା ସେଠୀ ,ଭିକାରୀ ଚରଣ ସାହୁ ଓ ଗଦାଧର ପ୍ରଧାନ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ବକ୍ତା ମାନେ ସମ୍ମିଳନୀ ର ସଫଳ କାମନା କରି ନଭେମ୍ବର ୧୭ ରେ ରଣପୁର ରେ ଅନୁଷ୍ଠିତ ପାର୍ଟି ଜିଲ୍ଲା ସମ୍ମିଳନୀ କୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ।

You might also like