ବାଲୁଗାଁ ଓ ପାଣିପୋଇଲା ଆଖୁ ଗବେଷଣା କେନ୍ଦ୍ର ଠାରେବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା ଓ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ବାଲୁଗାଁ ଓ ପାଣି ପୋଇଲା ଆଖୁ ଗବେଷଣା କେନ୍ଦ୍ର ଠାରେ ବିଜେପି ପକ୍ଷରୁଦିବା 10ଘଟିକା ସମୟ ରେ ବାଲୁଗାଁ,ତାରିଣୀ ମନ୍ଦିର ଓ ପାଣି ପୋଇଲା ଆଖୁ ଗବେଷଣା କେନ୍ଦ୍ର ଠାରେ ମା ପାଇଁ ଗଛ ଟିଏ,, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସଦସ୍ୟତା ଅଭିଯାନ କର୍ମ ଶାଳl ଅନୁଷ୍ଠିତ ହୋଇଛି,ବାଲୁଗାଁ ତାରିଣୀ ମନ୍ଦିର ଓ ପାଣିପୋଇଲା ଠାରେ ନୟାଗଡ଼ ଭାରତୀୟ ଜନତା ପାର୍ଟି ତରଫରୁ ସଦସ୍ୟତା ଅଭିଯାନ କର୍ମଶାଳା ଓ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରାଜ୍ୟ ସଭାପତି କୃଷକ ମୋର୍ଚା ମହେଶ୍ୱର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା କିପରି ବହୁତ ମାତ୍ରାରେ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେବାଲୁଗାଁ ତାରିଣୀ ମନ୍ଦିର ଠାରେ ବୃକ୍ଷ ରୋପଣ କରାଯାଇଥିଲା । ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟିର କର୍ମକର୍ତାମାନେ ସେମାନଙ୍କର ମା’ ପାଇଁ ଗଛଟିଏ ନିଜ ବାଡିରେ ଲଗାଇ ତା’ର ଯତ୍ନ ନେବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି କୃଷକ ମୋର୍ଚା ମହେଶ୍ୱର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଦସ୍ୟତା ଅଭିଯାନକୁ ଆଗକୁ ନେବାପାଇଁ ପରାମର୍ଶ ଦେଇଥିଲେ । କିପରି ଅଧିକ ସଭ୍ୟ ସଂଗ୍ରହ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ,ରାଜ୍ୟ ସାଧାରଣ ସମ୍ପାଦକ କୃଷକ ମୋର୍ଚା ଉପେନ୍ଦ୍ର ଭଞ୍ଜ, ସମ୍ପାଦକକୃଷକ ମୋର୍ଚା ପ୍ରଶାନ୍ତ ସ୍ୱାଇଁ,ଜିଲ୍ଲା ସଭାପତି କୃଷକ ମୋର୍ଚା ଶ୍ରୀନିବାସ ପ୍ରଧାନ,କୃଷକ ନେତା ସନ୍ତୋଷ ପ୍ରଧାନ, ସଦସ୍ୟତା ଅଭିଯାନ ଉପରେ ଆଲୋକ ପାତ କରିଥିଲେ,। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କନ୍ଧ ମାଳ ପ୍ରଭାରୀ ବସନ୍ତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ନାୟକ, ଜିଲ୍ଲା କୋଷାଧକ୍ଷ ବାଲେଶ୍ଵର ପାତ୍ର, ଯୁବ ମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ପ୍ରଧାନ,, ଚନ୍ଦନକୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ

You might also like