ବାହାଡା ଝୋଲା କୁ ବ୍ଲକ ମାନ୍ୟତା ପ୍ରଦାନ ପାଇଁବାହାଡା ଝୋଲା ର ଅନ୍ତର୍ଗତ 4ଟି ଗ୍ରାମ ଓ ଗ୍ରାମପଞ୍ଚାୟତ ର ବାସିନ୍ଦା ଜିଲ୍ଲା ପାଳଙ୍କୁ ଆଜି 12ଘଟିକା ସମୟ ରେ ଜିଲାପାଳଙ୍କ କାର୍ଯ୍ୟା ଳୟ ରେ ବ୍ଲକ ମାନ୍ୟତା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି, ସମସ୍ତ ପଞ୍ଚାୟତ ଗୁଡିକ ନୂଆଗାଁ ବ୍ଲକ ଅନ୍ତର୍ଗତ ହୋଇଥିବାରୁସମସ୍ତ ପଞ୍ଚାୟତ ଗୁଡିକ ନୂଆଗାଁ ବ୍ଲକ ଠାରୁ 40ରୁ 50କିଲୋମିଟର ଦୂର ରେ ଅବସ୍ତିତ, ତତ ସହିତ ପଞ୍ଚାୟତ ଗୁଡିକ ଆଦିବାସୀ ଓ ହରିଜନ ବହୁଳ ଅଞ୍ଚଳ ଅଟେ, ସାଧାରଣ ଲୋକ କୌଣସି କାର୍ଯ୍ୟ ପାଇଁ ବ୍ଲକ କୁ ଯିବା ପାଇଁ ବିଭିର୍ନ ଅସୁବିଧା ର ସମ୍ମୁଖୀନ ହୁଏ, ଗମନା ଗମନ ପାଇଁ ଆର୍ଥିକ ଅସୁବିଧା, ଓ ବଣ ଜଙ୍ଗଲ ପାହାଡିଆ ରାସ୍ତା ଦେଇ ଚାଲି ଚାଲି ଯିବାକୁ ପଡେ,ଏପଟେ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ନୂଆଗାଁ ରେ ଅବସ୍ଥିତ ହେତୁ ସଠିକ ସମୟ ରେ ପହଂଚି ନପାରି ବାରମ୍ବାର ଦୌଡ଼ି କାର୍ଯ୍ୟ ପାଇଁ ନୟାନ୍ତ ହୁଏ, ତେଣୁ ବ୍ଲକ ମାଧ୍ୟମ ରେ ଦିଆ ଯାଉ ଥିବା ସମସ୍ତ ସରକାରୀ ସହାୟତା ରୁ ବଂଚିତ ହୋଇଥାନ୍ତି, ନୟାଗଡ଼ ଜିଲ୍ଲା ଉପାନ୍ତ ଅଞ୍ଚଳ ହୋଇଥିବାରୁ ସରକାରଙ୍କ ଦୃଷ୍ଟି ଆଢୁଆଳ ରେ ରୁହେ, ସରକାରଙ୍କ ବ୍ଲକ ପୁନଃ ଗଠନ ନିଷ୍ପତି ଦାବିକୁ ତ୍ୱରାନ୍ୱିତ କରିଥିବା ବେଳେ ଏହି ସମସ୍ତ ଅଞ୍ଚଳ ର କେନ୍ଦ୍ର ସ୍ଥଳ ରେ ଅବସ୍ତିତ ଜନବହୁଳ ପଞ୍ଚାୟତ ବାହାଡା ଝୋଲା ଠାରେ ସମସ୍ତ ପଞ୍ଚାୟତ କୁ ନେଇନୂତନ ବ୍ଲକ ଗଠନ କରାଗଲେ ଶାସନ କଳ ସମସ୍ତ ଙ୍କ ଠାରେ ପହଂଚି ପାରିବ,ଓ ଗରିବ ଆଦିବାସୀ ଓ ହରିଜନ ବହୁଳ ପଞ୍ଚାୟତ ଗୁଡିକ ର ସମସ୍ତ ପ୍ରକାର ଉର୍ନତି ହୋଇ ପାରିବ, ତେଣୁ ବାହାଡାଝୋଲା ଠାରେ ସୁଶାସନ ନିମନ୍ତେ ବ୍ଲକ ଗଠନ ପାଇଁ ବାହାଡା ଝୋଲା, ବେରୁଆଁବାରି, ହରିପୁର, ସିଙ୍ଗାର ପଲ୍ଲୀ, କାପ୍ତାପଲି ଓ ଗୁମି ଗ୍ରାମ ର ବାସିନ୍ଧା ଜିଲ୍ଲା ପାଳଙ୍କ ନିକଟ ରେ ପହଂଚି କାର୍ଯ୍ୟାଳୟ ରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବ୍ଲକ ଗଠନ ପାଇଁ ନିବେଦନ କରିବା ସହିତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି