Skip to content

ବାହାଡା ଝୋଲା ମଣ୍ଡି ଅଞ୍ଚଳ ରେ ନଗଦ ବିହୀନ କାରବାର ପାଇଁ ସଚେତନତା କର୍ମଶାଳା,ପଥ ପ୍ରାନ୍ତ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ବିଧାୟକ

ଗଣିଆ ଉନ୍ନୟନ କମିଟି ଓ ନାବାର୍ଡ, ନାଵ ଫାଉଣ୍ଡେସନ ମିଳିତ ଭାବରେ ଆଜି ନିୟନ୍ତ୍ରିତ ବଜାର କମିଟି ବାହାଡା ଝୋଲା ନୟାଗଡ଼ ପରିସରରେ କୃଷି ବଜାର ସ୍ଥାନ ରେ ଗ୍ରାମୀଣ ସଶକ୍ତି କରଣ ପାଇଁ ଡିଜିଟାଇ ଜେସନ, ବାହାଡା ଝୋଲା ମଣ୍ଡି ଅଞ୍ଚଳ ରେ ନଗଦ ବିହୀନ କାରବାର ପାଇଁ ନେଇସଚେତନତାକର୍ମ ଶାଳା, ପ୍ରଥ ପ୍ରାନ୍ତ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ମୁଖ୍ୟଅତିଥି ରୂପେ ମାନ୍ୟବର ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଥିବା ବେଳେସଂମ୍ମାନିତ ଅତିଥି ରୂପେ ଉପ ଜିଲ୍ଲା ପାଳ କର୍ଣଦେବ ସମାଦାର, ଯୋଗ ଦେଇ ଥିଲେ, ଏଥିସହକାର୍ଯ୍ୟକ୍ରମ ରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ,ଏଲଡିଏମ ଶଶୀ ଶେଖର ପଟ୍ଟନାୟକ, ନାବାଡ଼,ଡ଼ିଡ଼ିଏମ ତୃପ୍ତି ତାପସୀ, ଗଣିଆ ଉର୍ଣ୍ଣୟନ କମିଟି ସଭାପତି ଉଷାରାଣି ପଟ୍ଟନାୟକ, ମଣ୍ଡି ଅଧିକାରୀ ପ୍ରଭାସ କୁମାର ସାହୁ,, ଉପସ୍ଥିତ ଥିଲେ, ବିଭିର୍ନ ପୋଷ୍ଟର, ଓ ଲିଫଲେଟଉନ୍ମୋଚନ କରାଯାଇଥିଲା

,କୃଷି ବଜାର ସ୍ଥାନରେ ଗ୍ରାମୀଣ ସଶକ୍ତି କରଣ ପାଇଁ ଡ଼ିଜିଟାଇଜେସନ.
ଭାରତର ଗ୍ରାମଞ୍ଚଳରେ ଡିଜିଟାଲ କାରବାର ବ୍ୟବସ୍ଥାର କମ୍ ଗ୍ରହଣୀୟତା ରହିଅଛି । ଆର୍ଥିକ ସ୍ୱାକ୍ଷରତାର ଅଭାବ ଏବଂ ପରିପକ୍ବ ଦେୟ ଗ୍ରହଣ ଭିତ୍ତିଭୂମିର ଅଭାବ ଏହାର ମୂଖ୍ୟ କାରଣ ଅଟେ ।

ଏହି ପରିପ୍ରେକ୍ଷୀରେ ଡିଜିଟାଲ କାରବାର ଉପରେ ସଚେତନତା ସୃଷ୍ଟି କରିବା ପାଇଁ ମଣ୍ଡି / ବଜାର ସ୍ଥାନକୁ ଚିହ୍ନଟ କରି ଏକ ସାମଗ୍ରିକ ଉପାୟ ଅବଲମ୍ବନ କରାଯିବା ଆବଶ୍ୟକ।
କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ

ବିଭିନ୍ନ ଆର୍ଥିକ ଉତ୍ପାଦ ଓ ସେବା ଉପରେ ଉପଭୋକ୍ତା ସଚେତନତା ।
ଡିଜିଟାଲ ଦେୟ ଭିତ୍ତିଭୂମିର ବ୍ୟବହାର ବୃଦ୍ଧି।
ଡିଜିଟାଲ ଦେୟ ସମ୍ବନ୍ଧୀୟ ବିପଦ ଓ ଏହାର ମୁକାବିଲା ଉପରେ ସଚେତନତା ସୃଷ୍ଟି
** ପରମ୍ପରାକୁ ପରିବର୍ତ୍ତନ କରିବା, ପ୍ରଯୁକ୍ତି ବିଦ୍ୟାକୁ ଆପଣାଇବା ଟଙ୍କା ଗ୍ରହଣ ପାଇଁ କୌଣସି କ୍ୟୁ.ଆର.କୋଡ଼ ସ୍କାନ କରିବା ନାହିଁ
କୌଣସି ଅଜଣା ଲିଙ୍କ ଉପରେ କ୍ଲିକ୍ କରିବା ପୂର୍ବରୁ ଯାଞ୍ଚ କରିବା।
ଅନଲାଇନ କାରବାର କରିବା ସମୟରେ ସର୍ବସାଧାରଣ ଓ୍ବାଇ ଫାଇ ବ୍ୟବ‌ହାର କରି ବାଠାରୁ ଦୂରରେ ରହିବା


UPI ମାଧ୍ୟମରେ ଟଙ୍କା ଗ୍ରହଣ କରିବା ସମୟରେ କେବେବି ଆମ୍ଭର ପିନ୍ ନମ୍ବର ଦେବା ନାହିଁ
ଟଙ୍କା ଦେବା ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତିକାରୀଙ୍କ ନାମ ଯାଞ୍ଚ କରିବା।
ଫୋନ ଦ୍ୱାରା ପଚରାଯାଉଥିବା କୌଣସି PIN, Password କିମ୍ବା OTP ଅନ୍ୟକୁ ଜଣାଇବା ନାହି ।
କେ.ଓ୍ୱାଇ.ସି ଯାଞ୍ଚ କିମ୍ବା ଆକାଉଣ୍ଟ ବ୍ଲକ୍ ସମ୍ବନ୍ଧୀୟ କୌଣସି କଲ’ର ଦେଇ ଆକାଉଣ୍ଟ କିମ୍ବା କାର୍ଡ଼ର ତଥ୍ୟମାଗୁଥିବା ବ୍ୟକ୍ତିଙ୍କୁ କୌଣସି ସୂଚନା ଦେବାନାହିଁ।
( ସାବଧାନ ରୁହନ୍ତୁ, ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ)

.

Ad 1