Skip to content

ବିଜୁପଟ୍ଟନାୟକ ସ ସକ୍ତିକରଣ ପୁରସ୍କାର ଜିଲାରେ ପାଇଲା ଲେଙ୍କୁଡ଼ିପଡା ପଞ୍ଚାୟତ

ବିଜୁ ପଟ୍ଟନାୟକ ଙ୍କ 108ତମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ଜୟନ୍ତୀ ପାଳିତ ହୋଇଛି,ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ଗୃହ ରେ ପଞ୍ଚାୟତ୍ତିରାଜ ଦିବସ ଓ ଲୋକ ସେବା ଦିବସ ଅନୁଷ୍ଠିତ ହୋଇଛି ଉକ୍ତ ଉତ୍ସବ ରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ, ସଂମ୍ମାନିତ ଅତିଥି ଭାବରେ ଜିଲାପାଳ ସ୍ୱଧାଦେବ ସିଂ ଜିଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା,

ପ୍ରମୁଖ ଯୋଗ ଦେଇ ଥିଲେ, ପଞ୍ଚାୟତ୍ତିରାଜ ଦିବସ ଅବସର ରେ ମୁଖ୍ୟ ଅତିଥି ବିଜୁ ବାବୁ ଙ୍କ ସ୍ମୁତିଉଦେଶ୍ୟ ରେ ବକ୍ତବ୍ୟ ରଖିଥିଲେ,ଏହି ଅବସର ରେ ବିଜୁ ପଟ୍ଟନାୟକ ସଶକ୍ତି କରଣ ପୁରସ୍କାର 3ଗୋଟି ପଞ୍ଚାୟତ କୁ ପ୍ରଦାନ କରାଯାଇଥିଲା, ଜିଲ୍ଲା ସ୍ତର ରେ ପ୍ରଥମ ପୁରସ୍କାର ଭାବେ ଲେଙ୍କୁଡ଼ିପଡା ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା,

ଏଥି ସହ ଉକ୍ତ ପଞ୍ଚାୟତ କୁ 1ଲକ୍ଷ 50ହଜାରଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା,ଏହି ରାଶିକୁ ସ୍ଥାନୀୟ ସରପଞ୍ଚ ଆନନ୍ଦ ଚନ୍ଦ୍ର ବେହେରା ସମିତି ସଭ୍ୟା ଙ୍କ ପ୍ରତିନିଧି ଚନ୍ଦନ କୁମାର ବେହେରା, ପିଇଓ ପ୍ରଭାକର ମିଶ୍ର, ଜିଆରଏସ ବାଦଲ କୁମାର ଷଡ଼ଙ୍ଗୀ, ସମାଜସେବୀ ସଞ୍ଜୟ କୁମାର ମହାନ୍ତି, ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ, ଦ୍ୱିତୀୟ ପୁରସ୍କାର ଭାବେ ଗଣିଆ ବ୍ଳକ ର ଛାମୁଣ୍ଡିଆ ଗ୍ରାମ ପଞ୍ଚାୟତ ଓ ତୃତୀୟ ପୁରସ୍କାର ନୟାଗଡ଼ ବ୍ଳକ ର ବାଲୁଗାଁ ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା,,

ଦ୍ୱିତୀୟ ପୁରସ୍କାର 1ଲକ୍ଷ 25ହଜାର, ତୃତୀୟ ପୁରସ୍କାର 1ଲକ୍ଷ ପ୍ରଦାନ କରାଯାଇଥିଲା, ଏହି ରାଶି ପଞ୍ଚାୟତ ର ଆକାଉଣ୍ଟ କୁ ପ୍ରଦାନ କରାଯିବ ବୋଲି ଡିପିଓ ମଧୁସୂଦନ ମହାରଣା ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1