ବିଜୁ କନ୍ୟା ରତ୍ନ ଯୋଜନାରେ ନବଜାତ ଶିଶୁ କନ୍ୟାଙ୍କ ସମ୍ବର୍ଦ୍ଧନା

ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହି ପଞ୍ଚାୟତ ସଭାଗୃହରେ ଅପ୍ରେଲ ୨୦୭୩ ଠାରୁ ଅଗଷ୍ଟ ୨୦୨୩ ମସିହା ସୁଦ୍ଧା ଜନ୍ମଲାଭ କରିଥିବା ୧୨ ଗୋଟି ଶିଶୁ କନ୍ୟା ଓ ନୟାଗଡ଼ ବ୍ଲକ ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତର ଓ ଗୋଟି ନବଜାତ ଶିଶୁ କନ୍ୟାଙ୍କୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ମିଳିତ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା ।

ଶିଶୁକନ୍ୟାର (୦-୬ ବର୍ଷ) ସଂଖ୍ୟା ପୁଅ ତୁଳନାରେ କମ୍ ଥିବାର ତଥ୍ୟ କୁ ନେଇ ରାଜ୍ୟ ସରକାର ବିଜୁ କନ୍ୟା ରତ୍ନ ନାମରେ ଏକ ଯୋଜନା ପ୍ରଚଳନ କରିଛନ୍ତି । ଝିଅକୁ ବଞ୍ଚାଇବା ପାଠ ପଢାଇବା ପାଇଁ ପ୍ରୋତ୍ସାହନ ଦେବା ଏବଂ ପୁଅ ତୁଳନାରେ ଝିଅକୁ ସ୍ନେହ ଓ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ସାମାଜିକ କ୍ଷେତ୍ରରେ ଅଗ୍ରାଧିକାର ଦେବା ଏହାର ମୂଳ ଲକ୍ଷ୍ୟ ଅଟେ ।

ଏହି ଉତ୍ସବରେ ନୟାଗଡ଼ ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ବିଜୟଲକ୍ଷ୍ମୀ ସାହୁ, ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ, ନାଟୁଗାଁ ସରପଞ୍ଚ ସାଗର ବାଳା ବରାଡ, ନୟାଗଡ଼ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୈଦାମିନୀ ପଣ୍ଡା ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କହଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିଯନ୍ ପ୍ରଧାନ, ଶିଶୁ ସୁରକ୍ଷା ଅଧିକାରୀ (ଅନୁଷ୍ଠାନିକ ଯନ୍ତ୍ର) ସତ୍ୟରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ନବଜାତ ଶିଶୁ କନ୍ୟା ଓ ସେମାନଙ୍କର ପିତାମାତାଙ୍କୁ ସମ୍ବର୍ଦ୍ଧନାକରିଥିଲେ ।

ସେମାନଙ୍କୁ ଏକ କିଟ୍ ବ୍ୟାଗ୍ ଯେଉଁଥିରେ ଫଳଗଛ, ମିଠା , ପୋଷାକ, ପ୍ରଶଂସା ପତ୍ର ଓ ଶିଶୁ କନ୍ୟାମାନଙ୍କର ପାଦ ଚିହ୍ନକୁ ଅଳତା ଦେଇ ବାଟ ପେପରରେ ଛପାଯାଇ ଅଙ୍ଗନୱାଡି ଗୃ ଗୃହରେ ରଖାଗଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସୁପରଭାଇଜର ମାନେ ରହି କାର୍ଯ୍ୟକୁ ସୁଚାରୂ ରୂପେ ପରିଚାଳନା କରିଥିଲେ ।

You might also like