Skip to content

ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ବୀଣା ପୁସ୍ତକ ଧାରିଣୀ ଦେବୀଙ୍କ ପୂଜାର୍ଚନା

ବସନ୍ତ ପଞ୍ଚମୀ ମାଘ ମାସ ଶୁକ୍ଳ ପକ୍ଷ ପାଞ୍ଚମୀ ତିଥି ରେ ମା ବାଗ ଦେବୀ ଙ୍କ ପୂଜା ପାଳନ ହୁଏ, ବିଦ୍ୟା ପ୍ରାପ୍ତି ନିମନ୍ତେ ବିଦ୍ୟା ର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟା ଦାୟିନୀ ହଂସ ବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ବତୀ ଙ୍କ ର ପୂଜା ଆରାଧନା ବିଭିର୍ନ ଶିକ୍ଷା ଅନୁଷ୍ଠାନ ରେ ମୁଖ୍ୟତଃ ଭାବେ ପାଳନ କରାଯାଏ, ଋତୁରାଜ ବସନ୍ତ ମନ୍ଦ ମଳୟ ରେ ପୁଷ୍ପ ର ସୁରଭି ଭରି ସ୍ୱାଗତ କରେ ବିଦ୍ୟା ଦାୟିନୀ ମା ସରସ୍ବତୀ କୁ ଏହି ମାଘ ଶୁକ୍ଳ ପଞ୍ଚମୀ ରେ ଶୁକ୍ଳ ପ୍ରତିପଦାଠାରୁ ଆରମ୍ଭ ହୋଇଥାଏ ଗୁପ୍ତ ନବରାତ୍ର, ଏହି ଗୁପ୍ତ ନବ ରାତ୍ର ରେ ଦୈବୀ ଶକ୍ତି ଙ୍କ ର ପୁର୍ଣ ପ୍ରଭାବ ଥାଏ, ମା ଯୋଗ ମାୟା ଆଦ୍ୟାଶକ୍ତି ଙ୍କ କଣ୍ଠ ରୁ ସରସ୍ବତୀ ଶମ୍ଭୁତା, ମା ସରସ୍ବତୀ, ମା ଲକ୍ଷ୍ମୀ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କ ର ମାଘ ଶୁକ୍ଳ ପାଞ୍ଚମୀ ରେ ଆଦ୍ୟାଶକ୍ତି ମା ସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି, ବିଦ୍ୟାଦାତ୍ରୀ ଙ୍କ ଆଶିଷ ଟିକେ ପାଇବାକୁ ଛାତ୍ର ଛାତ୍ରୀ ମାନେ ପୂଜା ମଣ୍ଡପ କୁ ଅତି ସୁନ୍ଦର ଭାବେ ସଜାଇ ଥାନ୍ତି,ମା ସରସ୍ବତୀଙ୍କର ପୂଜା ଓ ପୁଷ୍ପାଞ୍ଜଳି ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି,ଏହି ଦିନ ପିଲାମାନେ ଦେବୀ ସରସ୍ବତୀ ଙ୍କର ଆଶ୍ରିବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କରପାଠ୍ୟ ପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି,

ଏହି ଅବସରରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପୁରୋଧା ଭାବେ ରହି ପୂଜା ଅର୍ଚନା କରିଛନ୍ତି, ନୟାଗଡ଼ ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରାଞ୍ଚଳ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଳକ ବିଜୁ ମହିଳା ଜନତା ଦଳ ଉପସ୍ଥିତ ମାନେ ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ନୟାଗଡ଼ ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଦୁର୍ଯ୍ୟୋଧନ ବେହେରା, ଓ ସମସ୍ତ କାଉନସିଲର ଙ୍କ ସମେତ ବିଜେଡି ର ବହୁ ମହିଳା ନେତ୍ରୀ ମାନେଉପସ୍ଥିତ ରହିଥିଲେ ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1