ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିରୋଧୀ ଶୁନ୍ୟ ଦେଖିବାକୁ ମିଳିଲାଣି । ବିରୋଧୀ ଦଳର ନେତା ଓ କର୍ମୀ ପ୍ରତ୍ୟେକ ଦିନ ବିଜେଡ଼ିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିତୀ ଆଦର୍ଶ ଓ ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁଙ୍କ ବିକାଶ ମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିରୋଧୀ ଗୋଷ୍ଠିର ନେତାମାନେ ବିଜେଡ଼ି ରେ ଯୋଗ ଦେଉଛନ୍ତି । ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତର ଶତାଧିକ କର୍ମୀ ବିଜେଡ଼ିରେ ଯୋଗ ଦେଇଥିବା ସୂଚନା ମିଳିଛି ।

ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଦୁର୍ଯ୍ୟୋଧନ ବେହେରା, ନାଟୁ ଗାଁର ପୂର୍ବତନ ସରପଞ୍ଚ ତଥା ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ପଦ୍ମ ଉଦୟଭାନୁ, ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଅଁର , ବିଜେଡ଼ି ଜିଲ୍ଲା ସଂପାଦକ ଗଗନ ବିହାରୀ ମିଶ୍ର, ନାରୀ ନେତ୍ରୀ ଇରାନୀ ରାୟ, ବିନୋଦ ନାୟକ, ପଞ୍ଚାୟତ ସଭାପତି ପ୍ରସନ୍ନ କୁମାର ନାୟକ, ସରପଞ୍ଚ ଙ୍କ ପ୍ରତିନିଧି ଭଗବାନ ଜେନା ଓ ବହୁ ପ୍ରମୁଖ ନେତା ମାନେ ଉପସ୍ଥିତ ରହିଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।