( ନୟାଗଡ଼ଟୁଡ଼େ ) – ଜିତୁନ ମହାପାତ୍ର : ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥାଙ୍କୁ ଦଳ ପ୍ରଥମେ ଟିକେଟ ଦେଇଥିବା ବେଳେ ସୁରମା ପାଢ଼ୀ ସମର୍ଥକଙ୍କ ଜୋରଦାର ବିରୋଧ ପରେ ଶ୍ରୀଯୁକ୍ତ ମାର୍ଥାଙ୍କ ଟିକେଟ କାଟି ସୁରମା ପାଢ଼ୀକୁ ଦଳ ଦେଇଛି ଟିକେଟ ।
ବର୍ତମାନ ପରିସ୍ଥିତିରେ ତାପସ କରିବେ କଣ ? ବିଜେପି ଟିକେଟ ହାତେଇବା ପରେ ନିଜ ଧର୍ମପତ୍ନୀ ତଥା ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରାଙ୍କୁ ସଙ୍ଗରେ ନେଇ ତାପସ ଗାଁ କୁ ଗାଁ ବୁଲି କ୍ଷେତ୍ର ପ୍ରସ୍ତୁତ କରିଥିବା ବେଳେ ଏବେ କରିବେ କଣ ? ଟିକେଟ ପାଇ ଟିକେଟ ହରେଇଥିବା ତାପସ ସୁରମା ଙ୍କୁ ସମର୍ଥନ କରିବେ କି ଦଳ ଛାଡି ନିଜ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ ତାହା ଦେଖିବାକୁ ବାକି ରହିଲା ।