ବିଜ୍ଞାନର ପ୍ରକୃତି ସ୍ଥିରତା ରେ ଭୂମିକା

ନୟାଗଡ଼,୨/୯: ନୟାଗଡ଼ ମଡେଲ ଡିଗ୍ରୀ କଲେଜ ବିଜ୍ଞାନ ସମିତି ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ତିନ ତୃତୀୟ ବାର୍ଷିକ ଛାତ୍ରଛାତ୍ରୀଙ୍କୁ ନେଇ ଉକ୍ତ ଆଲୋଚନା ଚକ୍ରରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା ର ସୁନାମଧନ୍ୟ ରସାୟନ ବିଜ୍ଞାନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରମୋଦ କୁମାର ଶତପଥୀ ଯୋଗଦେଇ ବିଶେଷ ଭାବେ କିପରି ଆଜିର ଅସ୍ଥିର ପ୍ରକୃତି କୁ ବିଜ୍ଞାନ ସହାୟତାରେ ସ୍ଥିରତା ଅଣାଯାଇପାରିବ ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ।

ରସାୟନ ବିଜ୍ଞାନର ପ୍ରବଳ ପାର୍ଶ୍ୱ ପ୍ରତିକ୍ରିୟା ଗୁଡିକର ନିୟନ୍ତ୍ରଣ କରା ଯାଇପାରିଲେ ଋତୁ ଅନିୟମିତତା ର ଦୀର୍ଘ ସୂତ୍ରୀ ସମାଧାନ ଅଣା ଯାଇ ପାରିବ. ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ପରିଚୟ ଡକ୍ଟର ସନ୍ତୋଷ କୁମାର ବେହେରା କରିଥିଲେ.

ବିଜ୍ଞାନ ସମିତି ମୁଖ୍ୟା ବିଜୟିନୀ ଶୁଭଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ରୀତିଶ୍ରୀ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ. ପ୍ରାୟ ୧୩୫ ଛାତ୍ର ଛାତ୍ରୀଙ୍କ ବ୍ୟତୀତ ଗୌରମୋହନ ସାହୁ, ଜ୍ୟୋସ୍ନା ରାଣୀ କର, ଜୟରାମ ସିଂ ସାମଲ, ଅପରାଜିତା ମିଶ୍ର,ଦୀପିକା ରାଣୀ ଟୁରୁକ , ପ୍ରକାଶ ସାହୁ, ପ୍ରଜ୍ଞାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

You might also like