Skip to content

ବିଦ୍ୟୁତସଂସ୍ପର୍ଶ ରେ ଆସି ଗୋଡିପାଟଣା ଗାଁର ଯୁବକଙ୍କ ମୃତ୍ୟୁ, ଶବ ବ୍ୟବଛେଦକରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର

ଆଜି ସକାଳ 8ଘଟିକା ସମୟ ରେ ବଡ଼ ପଣ୍ଡୁସର ଗ୍ରାମ ପଞ୍ଚାୟତ ହରେକୃଷ୍ଣ ପୁର ଗୋଡି ପାଟଣା ଗ୍ରାମ ରେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶ ରେ ଆସି ଯୁବକଙ୍କ ଜୀବନ ଚାଲିଯାଇଛି, ଗୋଡି ପାଟଣା ଗ୍ରାମର ବିଶ୍ୱ ନାଥ ବାଘ ଙ୍କ ପୁଅ ପ୍ରକାଶ ଚନ୍ଦ୍ର ବାଘ ଏକ ଛୋଟ ଦୋକାନ ଦେଇ ପରିବାର ମେଣ୍ଟାଉ ଥିଲେ,କୌଣସି କାରଣ ନେଇ ଦୋକାନ ଘର ବିଦ୍ୟୁତ ସଂସ୍ପର୍ଶ ରେ ଆସିଥିଲେ,ତାଙ୍କୁ ତୁରନ୍ତ ଅଣାଯାଇ ,

ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି କରାଯାଇଥିଲା,ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ,ଓ ଶବ ବ୍ୟବଛେଦ ନିମନ୍ତେ ଶବ ଗୃହ କୁ ପଠାଇ ଥିଲେ,ଏ ଘଟଣା କୁ ନେଇ ଉକ୍ତ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ପ୍ରକାଶ ଙ୍କ ଶବ କୁ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି

Ad 1