ବିଦ୍ୟୁତ ଡିଭିଜନ ନୟାଗଡ଼ କାର୍ଯ୍ୟାଳୟ ପରିସରରେ ଟ୍ରାନ୍ସଫରମର ର ସମସ୍ୟା ନେଇ ଘଡୁଆଳ ଗ୍ରାମ ବାସୀଙ୍କ ତରଫରୁ ଗଣଧାରଣା

ଆଜି 11ଘଟିକା ସମୟ ରେ ବିଦ୍ୟୁତ ଡିଭିଜନ ଅଫିସ କାର୍ଯ୍ୟାଳୟ ପରିସରରେ ଘଡୁଆଳ ଗ୍ରାମବାସୀ ଙ୍କ ତରଫରୁ ଟ୍ରାନ୍ସଫରମର ସମସ୍ୟା ନେଇ ଗଣ ଧାରଣା ଦିଆ ଯାଇଛି, ସୂଚନା ଅନୁସାରେ ଘଡୁଆଳ ଗ୍ରାମରେ ମା ତରକେଇ ଠାକୁରାଣୀ ମନ୍ଦିର ସମ୍ମୁଖରେ ଥିବା ନାଳ ମଧ୍ୟରେ ଏକ ବିଦ୍ୟୁତ ଟ୍ରାନ୍ସଫରମର ରହିଛି, ଯାହାକି ବର୍ଷା ଦିନେ ଟ୍ରାନ୍ସଫର୍ମର ଟି ପାଣିରେ ବୁଡିଯାଏ,ଓ ସଟ ସର୍କିଟହୋଇ ପୋଡି ଯାଏ,ତତ ସହିତ ଟ୍ରାନ୍ସ ଫର୍ମର ଟି ସେ ସ୍ଥାନଟି ନାଳ ହୋଇ ଥିବାରୁ ପାଣି ଭିତ ରେ ବୁଡି ରହେ,ଲାଇନ କଟି ବିପଦ ସୃଷ୍ଟି ହୋଇ ଥାଏ,

ନାଳ ଟି ରେ ପାଣି ରହୁଥିବାରୁ ତାର ମରାମତି ନ ହୋଇପାରି ଗାଁ ଲୋକ ଙ୍କୁ ବିନା ଆଲୋକ ରେ ହଇରାଣ ହେବାକୁ ପଡେ, ଏ ସମସ୍ୟା କୁ ନେଇ ଗ୍ରାମବାସୀ ବହୁବାର ଅଧିକାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ସମସ୍ୟା କୁ ନେଇ ଗ୍ରାମ ବାସୀଙ୍କ ତରଫରୁ ସେଠାରୁ ଟ୍ରାନ୍ସ ଫର୍ମର ଟି ଉଠାଇ ଅନ୍ୟ ଜାଗା ରେ ମରାମତି କରିବା ନେଇ ଡିଭିଜନ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେଇ ସମସ୍ୟା ର ସମାଧାନ ପାଇଁ ଦାବି କରିଛନ୍ତି,

You might also like