ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ବୁଲିଲେ ଜିଲ୍ଲାପାଳ, ଗାଈଗୋରୁଙ୍କୁ ସୁରକ୍ଷିତ ରଖାଗଲା

ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ।ନୟାଗଡ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ଆଶ୍ରୟସ୍ଥଳରେ ପହଞ୍ଚିଥିଲେ ଜିଲ୍ଲାପାଳ । ଲୋକମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ବାତ୍ୟା ଆଶ୍ରୟସ୍ଥଳରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଦେବା ସହ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଆଗାମୀଦିନରେ ଲୋକମାନେ କିପରି ସଠିକ ଭାବରେ ବସବାସ କରି ପାରିବେ ସେଥି ନିମନ୍ତେ ଜିଲ୍ଲାପାଳ ପ୍ରତି ସୃତି ଦେଇଥିଲେ । ପ୍ରଶାସନ ପକ୍ଷରୁ ଗୋମାତାର ସୁରକ୍ଷା ନିମନ୍ତେ ରଣପୁରରେ ବିଭିନ୍ନ ଗୋଶାଳାରେ ଗାଈଗୋରୁମାନଙ୍କୁ ରଖାଯାଇଥିବା ଜଣାପଡିଛି । ମା’ ହରଚଣ୍ଡୀ ଗୋଶାଳାରେ ୭୫ ଗୋଟି ଗାଈଗୋରୁଙ୍କୁ ରଖାଯାଇଛି ।

ସେମାନଙ୍କୁ ଏକ କ୍ଵିଣ୍ଟାଲ ସବୁଜ ଖାଦ୍ୟ, ଏକ କ୍ଵିଣ୍ଟାଲ ସୁଖିଲା ଖାଦ୍ୟ ଏବଂ ଦେଢ଼ କ୍ଵିଣ୍ଟାଲ ମିନେରାଲ୍ ମିକ୍ଚର ଖାଦ୍ୟ ଦିଆଯାଇଛି । ନୟାଗଡ଼ ସିଡ଼ିଭିଓ ଏହାର ତଦାରଖ କରୁଛନ୍ତି ।ବଡ଼ପଣ୍ଡୁସର ପରେ ଜିଲ୍ଲାପାଳ ସରପଡ଼ା ସମେତ ନାଟୁଗାଁ ବାତ୍ୟା ଆଶ୍ରୟସ୍ଥଳ ବୁଲିଯିବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଡ଼ିଓ ପଦ୍ମଚରଣ ସାହୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବାଷ ଜେନା, ସହକାରୀ ଯନ୍ତ୍ରୀ ଚନ୍ଦ୍ରଶେଖର ସାମନ୍ତରାୟ, ଜିପିଓ ତୁଷାରକାନ୍ତ ନାୟକ ପ୍ରମୁଖ ସାମିଲ ହୋଇଛନ୍ତି । ବାତ୍ୟାଦାନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୟାଗଡ଼ ଜିଲ୍ଲାରେ ମୋଟ ୩୩୦ଟି ସ୍ଥାନରେ ସେଲଟର ବ୍ୟବସ୍ଥା କରାଯାଇଥିବାବେଳେ ଏହା ମଧ୍ୟରେ ରୂପାନ୍ତରିତ ଉଚ୍ଚବିଦ୍ୟାଳୟକୁ ଗୁରୁତ୍ଵ ଦିଆଯାଇଛି । ଜିଲ୍ଲା ପ୍ରଶାସନ, ତହସିଲ କର୍ତ୍ତୁପକ୍ଷ, ବ୍ଲକ ପ୍ରଶାସନ, ପୁଲିସ ଏବଂ ପଞ୍ଚାୟତ ସମସ୍ତେ ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛନ୍ତି ।

You might also like