ବିଭିର୍ନ ସମସ୍ୟା ନେଇ ଆଦିବାସୀ ଗାଁ ସଲପଗଣ୍ଡା ମୁସୁଗୁଡା ଓ ଖଣ୍ଡପଡ଼ା ସାଧୁଆ ପଲ୍ଲୀ ଗ୍ରାମବାସୀ ଓ ଭାରତ ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ

ସରକାର ପ୍ରତ୍ୟେକ ଗାଁର ବିକାଶର କଥା ଘୋଷଣା କରୁଥିବା ବେଳେ ସ୍ୱାଧୀନତାର ୭୫ବର୍ଷ ବିତିଯାଇଥିଲେ ମଧ୍ୟ ଏଭଳି ଦୁଇଟି ଗାଁ ଅଛି ଏଠାରେ ବିକାଶ କଣ ଲୋକ ଜାଣି ପାରି ନାହାନ୍ତି।ଗାଁକୁ ନା ଅଛି ନିତିଦିନିଆ ରାସ୍ତା ନା ଦେଖୁଛନ୍ତି ବିଜୁଳି ଆଲୋକ ନାଁ ଗାଁରେ ଅଛି ପାନୀୟଜଳ ପାଇଁ ନଳକୂପ।ଗାଁକୁ ମୋବାଇଲ ନେଟ ୱାର୍କ କାମ କରୁନାହିଁ।ଏଭଳି ଦୁର୍ଗମ ଗାଁ ଦୁଇଟି ହେଲା ନୟାଗଡ ଜିଲ୍ଲାର ଗଣିଆ ବ୍ଲକ ଠାରୁ୨୫କିମି ଦୂର ଗଲେ ପଡେ ବଡ଼ସିଲିଙ୍ଗା ପଂଚାୟତ।ଏହି ପଂଚାୟତ ଠାରୁ୧୫କିମି ଦୂରତା ମଧ୍ୟରେ ଅଛି ଦୁଇ ଆଦିବାସୀ ଗାଁ ସଲପଗଣ୍ଡାଣ୍ଡା ,ଏବଂ ମୁସୁଗୁଡା।ତେବେ ଆଦିବାସୀ ଗାଁ ଦୁଇଟିର ଘର ସଂଖ୍ୟା୨୫ହୋଇଥିବା ବେଳେ ଲୋକ ସଂଖ୍ୟା୧୦୦।କିନ୍ତୁ ଗାଁକୁ ଯିବା ପାଇଁ ହେଲେ ପକା ରାସ୍ତା ଟିଏ ନାହିଁ।ଗାଁକୁ ରାସ୍ତାଟିଏ ପାଇଁ ବହୁ ଚେଷ୍ଟା ସ୍ୱତେ ବନ ବିଭାଗ ବାଧକ ସାଜୁଛି।ଜଙ୍ଗଲ ମଧ୍ୟରେ ଗାଁ ରହିଥିବା ଯୋଗୁ ବନବିଭାଗ ରାସ୍ତା ନିର୍ମାଣ ପାଇଁ ଆନ୍ତରିକତା ପ୍ରକାଶ ନ କରି ଲୋକଙ୍କ ସହ ଖେଳ ଖେଳୁଛି।ନିଜେ ବିଭାଗ ତ ରାସ୍ତା ନିର୍ମାଣ କରୁନାହିଁ କି ଅନ୍ୟ ବିଭାଗ କୁ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଉ ନାହିଁ ।

ଏହିପରି ପ୍ରତ୍ୟକ ରାଜସ୍ବ ଗାଁକୁ ବିଦ୍ୟତୁ ସଂଯୋଗ ନିୟମ ଥିବା ବେଳେ କଣ ଉଦେଶ୍ୟ ରଖି ବିଭାଗ ପକ୍ଷରୁ ଗାଁକୁ ବିଦ୍ୟତୁ ସଂଯୋଗ ହେଲାନି ବି ପ୍ରଶ୍ନ ବାଚି ସୃଷ୍ଟି କରିଛି।ବିଦ୍ୟତୁ ଯାଇ ନ ଥିବା ଯୋଗୁ ଗାଁ ଲୋକ କାଠ ଜାଳି ଆଲୋକ ବ୍ୟବସ୍ଥା କରି ରହୁଛନ୍ତି।କାରଣ ଡିବି ଆଲୋକ ପାଇଁ ଏବେ କିରାସିନି ମିଳୁ ନାହିଁ।ଆଲୋକ ପାଇଁ ଗାଁରେ ଲଗା ଯାଇଥିଲା ସୋଲାର ଲାଇଟ କିନ୍ତୁ ଦୀର୍ଘ୪ବର୍ଷ ଧରି ଅଚଳ ହୋଇ ପଡିଛି।ଏହି ସୋଲାର ଅଚଳ ସମ୍ପର୍କରେ ବିଭାଗ୍ୟୟ ପ୍ରଶାସନରମଧ୍ୟ ଦୃଷ୍ଟି ପଡି ନାହିଁ।ଗାଁରେ ପାନୀୟଜଳ ପାଇଁ ଲୋକମାନେ ବହୁ ଅସୁବିଧାର ସଂମୁଖୀନ ହେଉଛନ୍ତି।ଖୋଲା କୂପରୁ ଦୂଷିତ ଜଳ ବ୍ୟବହାର କରିବା ପାଇଁ ଶ୍ରେୟ ମଣୁଛନ୍ତି।କିନ୍ତୁ ଗାଁରେ ନଳକୂପ ଟିଏ ପାଇଁ ବିଭାଗ ଦୃଷ୍ଟି ଦେଉ ନାହିଁ ।ଗାଁରେ ଛୋଟ ଛୋଟ ଶିଶୁଙ୍କ ପାଇଁ ଅଙ୍ଗନ ବାଡ଼ି କେନ୍ଦ୍ର ଟିଏ ନଥିବା ଓ ଗାଁରେ ଆଶା କର୍ମୀ ମଧ୍ୟ ନିଯୁକ୍ତି ନଥିବାଜଣା ପଡ଼ିଛି ।

ଦିଗରେ ମଧ୍ୟ ବିଭାଗ ପକ୍ଷରୁ ଦୃଷ୍ଟି ନାହିଁ।ପୂର୍ବରୁ୧୩ଜିଲା ଥିବାବେଳେ ପ୍ରଶାସନ କୁ ଲୋକଙ୍କ ନିକଟ ତର, କରିବା ପାଇଁ ୩୦ଜିଲା ହେଲା ହେଲେ ପ୍ରଶାସନିକ ବଡ ବଡ଼ିଆ ବାବୁ ଲୋକଙ୍କ ନିକଟ ତର ହେବା ପରିବର୍ତ୍ତେ ବ୍ଲକର ଏସି କୋଠରୀ ଭିତରେ ରହି କାଗଜପତ୍ର ରେ ଏକ ମାତ୍ର ସମୀକ୍ଷା ରେ ସୀମିତ ରଖୁଥିବା ଗାଁର ସମସ୍ୟାରୁ ହିଁ ଜଳ ଜଳ ହୋଇ ଦିଶୁଛି ।କାରଣ ଯଦି ବାବୁଙ୍କର ଗାଁରେ ପାଦ ପଡୁଥାନ୍ତା ତାହେଲେ ଗାଁ ଲୋକ ଅବ୍ୟବସ୍ଥା ଭିତରେ ରହି ନଥାନ୍ତେ।ତେବେ ଏହି ସମସ୍ୟା ସମ୍ପର୍କରେ ଦୁଇ ଗ୍ରାମ ବାସୀ ନୟାଗଡଜିଲା ପାଳଙ୍କ ସହ ଆଲୋଚନା କରିବା ପରେ ଦାବିପତ୍ର ପ୍ରଦାନ କରିଥିଲେ।ଭାରତୀୟ ବିକାଶ ପରିଷଦର ନୟାଗଡ ଜିଲ୍ଲାସଭାପତି ତ୍ରିନାଥ ନାୟକ ଏବଂ ସମ୍ପାଦକ ନିରଂଜନ ଦାସଙ୍କ ନେତୃତ୍ୱରେ ଦୁଇ ଗାଁର ପ୍ରାୟ୬୫ଜଣ ଆଦିବାସୀ ମହିଳା ଓ ପୁରୁଷ ଆସି ଥିଲେ।ଏହି ପରି ଖଣ୍ଡପଡ଼ା ବ୍ଲକ ଗଡ଼ିଆ ସାହି ପଂଚାୟତ ରସାଧୁଆ ପଲି ଗାଁକୁ ଯିବା ପାଇଁ ରାସ୍ତା ନଥିବାଏବଂ ଗାଁରେ ଆବାସ ଯୋଜନାରେ ବଂଚିତ ହେବା କୁ ନେଇ ୨୫ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମାନେ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ।

ଏହାର ନେତୃତ୍ୱ ନେଇଥିଲେ ଭାରତୀୟ ବିକାଶ ପରିଷଦ।ଯଦି୧୫ଦିନ ମଧ୍ୟରେ ଏହି ତିନି ଗାଁର ଦାବି ପ୍ରତି ବିଭାଗ ଦୃଷ୍ଟି ନ ଦିଅନ୍ତି ତାହେଲେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଉଚ୍ଚନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିବ ବୋଲି କହିଛନ୍ତି ଭାରତୀୟ ବିକାଶ ପରିଷଦର ନୟାଗଡ ଜିଲ୍ଲାସମ୍ପାଦକ ନିରଂଜନ ଦାସ।

You might also like