ବିରଷ୍ଠ ପ୍ରଶାସନିକ ଅଧିକାରୀ ଡ଼ଃ ଏନ. ଥିରୁମାଲା ନାଏକଙ୍କ ଉନ୍ନୟନ କାର୍ଯ୍ଯ ସମୀକ୍ଷା

ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଡ଼ଃ ଏନ. ଥିରୁମାଲା ନାଏକ ଭା.ପ୍ରେ.ସେ. ଉପାଧ୍ୟକ୍ଷ ବି. ଡ଼ି. ଏ. ନୟାଗଡ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ରାଜସୁନାଖେଳା ସି.ଏଚ.ସି. ପରିଦର୍ଶନ କରିଥିଲେ ।ପରେ ପରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର,ଆହାର କେନ୍ଦ୍ର, ବିଦ୍ୟାଳୟ, ଗୋଦାମ ଘର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବୁଲି ବିଦ୍ୟାଳୟ ଗୁଡିକରେ ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟାମାନଙ୍କଠାରୁ ସେମାନଙ୍କର ଅଭାବ ଅସୁବିଧା ପଚାରି ବୁଝିଥିଲେ । ଏହା ପରେ ସେ ଦଶପଲ୍ଲା ଗ୍ରସ୍ତ ରେ ଯାଇ ମଧ୍ୟଖଣ୍ଡ ସି.ଏଚ.ସି.ଟାକରା ଆଶ୍ରମ ସ୍କୁଲ, ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ଇତ୍ୟାଦି ତଦାଖ କରି ନୟାଗଡ ଫେରିଥିଲେ । ଏହି ତଦାରଖ ସମୟରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଭା. ପ୍ରେ. ସେ.., ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବତ୍ତର ପଣ୍ଡା, ଉପ ନିର୍ଦ୍ଦେଶ ଯୋଜନା , ଡ଼ି .ପି.ଏମ୍.ଓ ଏଲ ଏମ ଓ ଅନ୍ୟମାନେ କ୍ଷେତ୍ର ପରିଦର୍ଶନ ସମୟରେ ବରିଷ୍ଠ ପ୍ରଶାସନ ଡ଼ଃ. ନାଏକ ଙ୍କ ସହିତ ଥିଲେ । କ୍ଷେତ୍ର ପରିଦର୍ଶନ ପରେ ଅପରାହ୍ନ ଘ.୪.୩୦ମି.ସମୟରେ ଜିଲ୍ଲାପାଳଙ୍କ ସଭା ଗୃହ ରେ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଗୁଡିକ ଉପରେ ଜିଲ୍ଲାପାଳ ଓ ସମସ୍ତ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଉପସ୍ଥିତ ସମସ୍ତ ପଦାଧିକାରୀ ସ୍ୱାଗତ କରିଥିଲେ ।ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳଯୋଗଣ, ବିଦ୍ୟାଳୟ ଏବଂ ଗଣଶିକ୍ଷା,ମହିଳା ଶିଶୁ ବିକାଶ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଛୁଆ ବର୍ଗ କଲ୍ୟାଣ, ଗୃହ ଓ ନଗର ଉନ୍ନୟନ ପ୍ରଭୃତି ବିଭାଗର ଅଧିକାରୀ ମାନଙ୍କ ସହିତ ବିଶଦ୍ ଭାବେ ତାଙ୍କ ବିଭାଗର ଯୋଜନା ଉପରେ ଆଲୋଚନା କରିଥିଲେ ।

ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇ କହିଲେ ଯେ, ଜନସାଧାରଣ ସର୍ବାଧିକ ଉନ୍ନତି ହେଲା ପରି କାର୍ଯ୍ୟ ନିୟମ ଓ ସମୟାନୁସାରେ ସାରିବାକୁ ପଡିବ । କ୍ଷେତ୍ର ପରିଦର୍ଶନ ସମୟରେ ରାଜସୁନାଖେଳା ଡ଼ାକ୍ତରଖାନାର ଡ୍ରେନେଜ୍‌ ସମସ୍ୟା , ଅଙ୍ଗନାବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ଗୁଡିକରେ ଖାଦ୍ୟ ତାଲିକା ଅନୁସାରେ ଦିଆ ଯିବାକୁ ସେ ଗୁରୁତ୍ଵ ଆରୋପ କରିଥିଲେ । ସୁଭଦ୍ରା ଯୋଜନାରେ ଜିଲ୍ଲାକୁ କେତେ ହିତାଧିକାରୀ ଉପକୃତ ହୋଇଛନ୍ତି ଏବଂ କେତେ ଦରଖାସ୍ତ ପେଣ୍ଡିଂ ଅଛି ତାହା ଉପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ପଚାରିଥିଲେ । କୌଣସି ବିଭାଗର ଉଚ୍ଚ ପ୍ରଶାସନିକ ସ୍ତରରେ କିଛି କାର୍ଯ୍ୟ ଅଟକି ଥିଲେ ସେଗୁଡିକର ତାଲିକା ଦେବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସାରା ସାଙ୍ଗ କରାଯାଇଥିଲା ।

You might also like