ବିରୁଡ଼ା ପଞ୍ଚାୟତରେ ଆରଡିସି,ସ୍ମଶାନ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା

ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମ ପଞ୍ଚାୟତରେ ଆଜି ପହଞ୍ଚିଛନ୍ତି ଆରଡ଼ିସି ରଞ୍ଜନ କୁମାର ଦାସ । ସେ ବିରୁଡ଼ା ଅତ୍ୟାଧୁନିକ ସ୍ମଶାନକୁ ବୁଲି ଦେଖିଥିଲେ । ଏହାପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥି ସହ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ମାର୍କେଟ ବିଲ୍‌ଡିଂ, ଗୋଦାମ ଗୃହ , କଲ୍ୟାଣ ମଣ୍ଡପ, ନୂତନ ଆରଆଇ କାର୍ଯ୍ୟାଳୟ ଓ ଆମ ବ୍ୟାଙ୍କ ଗୃହ କାର୍ଯ୍ୟକୁ ପରିଦର୍ଶନ କରିଥିଲେ ।

ସମସ୍ତ କାର୍ଯ୍ୟ ଦେଖି ଆରଡ଼ିସି ଖୁସି ବ୍ଯକ୍ତ କରିଥିଲେ । ଆଜିର ଏହି ଗସ୍ତ କାର୍ଯ୍ୟକ୍ରମକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ବିଡ଼ିଓ ପଦ୍ମଚରଣ ସାହୁ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଅଜୟ କୁମାର ସ୍ଵାଇଁ, ପୂର୍ବତନ ସମିତି ସଭ୍ୟ ଦୁର୍ଯ୍ୟୋଧନ ଜେନା, ପିଇଓ ଲୋଚନା ମାର୍ଥା ପ୍ରମୁଖ ଉପସ୍ଥିତ ରହିଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

You might also like