ବିରୁଡ଼ା ସ୍ମଶାନ ସହ ବିଭିର୍ନ ପ୍ରକଳ୍ପ ର ସମୀକ୍ଷା କଲେ ଜିଲାପାଳ

ବିରୁଡ଼ା ସ୍ମାଶାନ ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ ନୟାଗଡ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମ ପଞ୍ଚାୟତ ବିରୁଡ଼ା ଗ୍ରାମରେ ଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ର ସମୀକ୍ଷା ଓ ପରିଦର୍ଶନ କରିଛନ୍ତି ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ । ସେ ପ୍ରଥମେ ବିରୁଡ଼ା ଗ୍ରାମ ପଞ୍ଚାୟତ ଠାରେ ମିଶନ ଶକ୍ତି ର ମା ମାନେ ଜିଲ୍ଲା ପାଳଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା କରିଥିଲେ, ଏହା ପରେ ପଞ୍ଚାୟତ ଭିତରେ କାର୍ଯ୍ୟ ଚାଲୁଥିବା ଆର ଆଇ ଅଫିସ ବ୍ୟାଙ୍କ ହୋମିଓ ପାଥି ଡାକ୍ତର ଖାନା, ପଶୁ ଡାକ୍ତର ଖାନା ର ସମୀକ୍ଷା କରିଥିଲେ, କିଛି ସମୟ ପଞ୍ଚାୟତ କାର୍ଯ୍ୟାଳୟ ରେବସି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ, ଆଗାମୀ ଦିନ ରେ ଅଧିକ ରୁ ଅଧିକ କିପରି ବିକାଶ ହୋଇ ପାରିବ ସେଥିପ୍ରତି ଜିଲାପାଳ ଦୃଷ୍ଟି ଆକର୍ଷଣ କରିଥିଲେ,

ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ବ୍ଳକ ବିଡ଼ିଓ ପଦ୍ମ ଚରଣ ସାହୁ ସହକାରୀ ଯନ୍ତ୍ରୀ ଚନ୍ଦ୍ର ଶେଖର ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ମୁରଲୀ ଧର ରାଉତ, ଜିପିଇଓ ତୁଷାରକାନ୍ତ ରାଉତ, ସ୍ଥାନୀୟ ସରପଞ୍ଚ ବିଷ୍ନୁପ୍ରିୟା ସ୍ୱାଇଁ, ସମିତି ସଭ୍ୟା ଶୁଭ ଲକ୍ଷ୍ମୀ ସାହୁ, ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ଜେନା, ସରପଞ୍ଚ ଙ୍କ ପ୍ରତିନିଧି ଅଜୟ କୁମାର ସ୍ୱାଇଁ ବିରୁଡ଼ା ପଞ୍ଚାୟତ ପିଇଓ ଲୋଚନ ମାର୍ଥା, ଗ୍ରାମ ରୋଜଗାର ସେବକ ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ,

You might also like