ବିଳମ୍ବିତ ରାତିରେ ହେଉଛି ଚାଲାଣ, ପ୍ରଶାସନ ନୀରବଦ୍ରଷ୍ଟା, ବାଲି, ମାଙ୍କଡା ପଥର ଚାଲାଣକାରୀ ଙ୍କ ଭୁସ୍ୱର୍ଗ ପାଲଟିଛି ବାହାଡା ଝୋଲା

ନୂଆଗାଁ ତହସିଲ ରେ ଅବସ୍ଥିତ ବାହାଡାଝୋଲା, ବାଲି ଓ ମାଙ୍କଡା ପଥର ଚାଲାଣ କାରୀ ଙ୍କ ପାଇଁ ଭୁସ୍ୱର୍ଗ ପାଲଟିଥିବା ବେଳେ ରେଭିନ୍ୟୁ କାର୍ଯ୍ୟାଳୟ ଥିଲେ ମଧ୍ୟ ବିପୁଳ ପରିମାଣ ରେବାଲି ଓ ମାଙ୍କଡା ପଥର ଚୋରା ଚାଲାଣ ହେଉଛି, ମାଫିଆ ମାନେ ମାଲାମାଲ ହେଉଥିବା ବେଳେ ସରକାର ବିପୁଳ ରାଜସ୍ବ ହରାଉଛନ୍ତି, ନୂଆଗାଁ ତହସିଲ ଅଧୀନ ରେ ଥିବା ବିଭିର୍ନ ବାଲିଘାଟ ସରକାରଙ୍କ ଦ୍ୱାରାନିଲାମ ହୋଇ ନଥିବା ବେଳେ ବାଲି ବୁହା ଯାଉଛି,

କିନ୍ତୁ ଟ୍ରାକ୍ଟର ଓଭର ଲୋଡିଂ ସହିତ ପାଲ ନ ଘୋଡାଇ ବାଲି ଓ ପଥର ଚାଲାଣ କରାଯାଉଥିବା ବେଳେ ସେହି ପରିଭାବେ ଓଡ଼ଗାଁ ଅଂଚଳ ରୁ ମାଙ୍କଡା ପଥର ବିଳମ୍ବିତ ରାତିରେ ବାହାଡାଝୋଲା ଦେଇ ବିଭିର୍ନ ଅଞ୍ଚଳକୁ ଚାଲାଣ କରାଯାଉଛି, ମାଙ୍କଡା ପଥର ଖଣି ସବୁ ନିଲାମ ହୋଇ ନଥିବାରୁ ଗୃହ ନିର୍ମାଣ କରୁଥିବା ହିତାଧିକାରୀ ମାନେ ପୂର୍ବ ବର୍ଷ ର ରେଟ ଠାରୁ ଅଧିକ ମୂଲ୍ୟ ଦେଇ ମାଙ୍କଡା ପଥର କିଣିବାକୁ ବାଧ୍ୟ ହୋଇଥିବା ଦେଖା ଯାଇଛି,

ଫଳ ରେ ମାଙ୍କଡା ପଥର ମାଫିଆ ମାଲାମାଲ ହେଉଥିବା ବେଳେ ପ୍ରଶାସନ ନିଦା ବିଷ୍ଣୁ ସାଜିଛି, ମାଫିଆ ମାନେ ହାତ ଗୁଞ୍ଜା ଦେଇ ମାଙ୍କଡା ପଥର ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି, ଏହି ଚୋରାଚାଲାଣ କୁ ନେଇ ବାହାଡାଝୋଲା ରେଭିନ୍ୟୁ ଇନସିପେକ୍ଟର (ଆରଆଇ )ଙ୍କୁ ପଚାରିବାରେ ସେ ନୂଆ ଆସିଥିବା ବେଳେ କହି ଏ ବିଷୟ ରେ ତହସିଲଦାରଙ୍କୁ ଅବଗତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି

You might also like